ସବୁଠୁ କମ୍ ଚିନି ଖର୍ଚ୍ଚ କରେ ଦକ୍ଷିଣ କୋରିଆ, ଆଗରେ ଭାରତ

ସବୁଠୁ କମ୍ ଚିନି ଖର୍ଚ୍ଚ କରୁଥିବା ଦେଶ ଭାବେ ଦକ୍ଷିଣ କୋରିଆ ବିଶ୍ୱର ୧ ନମ୍ବର ହାସଲ କରିଛି । ଏଠାରେ ପ୍ରତି ବ୍ୟକ୍ତି ବାର୍ଷିକ ୩୦.୬ କେଜି ଚିନି ଖର୍ଚ୍ଚ କରିବାର ରେକର୍ଡ ରହିଛି । ଏହି ହିସାବରେ ଦେଖିବାକୁ ଗଲେ ବିଶ୍ୱର ସବୁଠୁ ଅଧିକ ଚିନି ଖର୍ଚ୍ଚ କରୁଥିବା ଦେଶ ହେଉଛି ଭାରତ । ୨୦୧୮ ମସିହାରେ ଭାରତ ୨୫.୩୯ ମିଲିୟନ ମେଟ୍ରିକ ଚିନି ଖର୍ଚ୍ଚ କରିଥିଲା । ଯାହା ସମଗ୍ର ୟୁରୋପିୟନ ୟୁନିୟନର ଦେଶମାନଙ୍କର ବାର୍ଷିକ ମୋଟ ଚିନି ଖର୍ଚ୍ଚରୁ ଅନେକ ଗୁଣା ଅଧିକ ଥିଲା । ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ “ଲେସେଣ୍ଟ୍‌’ରେ ଗ୍ଲୋବାଲ ବର୍ଡନ ଅଫ ଡିଜିଜ୍‌-୨୦୧୯ରେ ଏ ସମ୍ପର୍କରେ ପ୍ରକାଶ ପାଇଛି । ବିଶ୍ୱର ୧୯୫ଟି ଦେଶକୁ ଏହି ସ୍ୱାସ୍ଥ୍ୟ ଅନୁଧ୍ୟାନରେ ସାମିଲ କରାଯାଇଥିଲା । ଯେଉଁଥିରେ ଇସ୍ରାଏଲରେ ଖାଦ୍ୟପାନୀୟ ଜନିତ ମୃତ୍ୟୁହାର ବିଶ୍ୱର ଅନ୍ୟ କୌଣସି ଦେଶଠାରୁ କମ୍ ବୋଲି ଜଣାପଡ଼ିଛି । ଏଣୁ ରିପୋର୍ଟରେ ସୁସ୍ଥ ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ମାମଲାରେ ଇସ୍ରାଏଲୀ ଲୋକଙ୍କ ଅନୁକରଣ ଲାଗି ପରାମର୍ଶ ଦିଆଯିବା ଯୋଗୁ ଦେଶବାସୀ ବେଶ ଉତ୍ସାହିତ ଅଛନ୍ତି । ରିପୋର୍ଟ ଅନୁସାରେ ଆପଣ ଖାଦ୍ୟପାନୀୟ ସୌକ ଯଦି କରନ୍ତି ତେବେ ଡାଏଟରେ ଚିନିର ପରିମାଣ ହୁଏତ ବଢ଼ିଯାଇପାରେ । ଇସ୍ରାଏଲୀ ଲୋକଙ୍କ ଚିନି ଖର୍ଚ୍ଚ ଅଧିକ । ଏଠାରେ ବାର୍ଷିକ ପ୍ରତି ବ୍ୟକ୍ତି ପ୍ରାୟ ୬୦ କେଜି ଚିନି ଖାଇଥାନ୍ତି ଅର୍ଥାତ ଜଣେ ଲୋକ ପିଛା ଦୈନିକ ଚିନି ଖର୍ଚ୍ଚ ପ୍ରାୟ ୧୬୫ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଦେଶର ସବୁଠାରୁ ବୟସ୍କ ବ୍ୟକ୍ତି ଦିନକୁ ଅନୁନ୍ୟ ୩୦ ଚାମଚ ଚିନି ଖାଉଥିବା ଇସ୍ରାଏଲ ନ୍ୟାସନାଲ କାଉନସିଲ ଅଫ ଡାୟବେଟିଜର ପ୍ରମୁଖ ପ୍ରଫେସର ଇଟାମାର ରାଜ କହିଛନ୍ତି, ଯାହାକି କମ ବିପଜ୍ଜନକ ନୁହେଁ । ଇସ୍ରାଏଲ ପରେ ଆଉ ୪ଟି ଦେଶ ମଧ୍ୟ ଚିନି ଖର୍ଚ୍ଚ କରିବାରେ ଆଗରେ । ଏମାନେ ହେଲେ ମାଲେସିୟା, ବାରବେଡସ, ଫିଜି ଓ ବ୍ରାଜିଲ । ଭାରତରେ ପ୍ରତି ବ୍ୟକ୍ତି ବାର୍ଷିକ ଚିନି ଖର୍ଚ୍ଚ ପ୍ରାୟ ୨୨ କେଜିରୁ ବି ଅଧିକ । ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଚେତନତା ସତ୍ତ୍ୱେ ଚିନିର ଉପଯୋଗ ଦିନକୁ ଦିନ ବଢି଼ ବଢ଼ି ଚାଲିଛି । ଇଣ୍ଟରନ୍ୟାସନାଲ ସୁଗାର ଅର୍ଗାନାଇଜେସନଙ୍କ ହିସାବ ଅନୁସାରେ ୨୦୦୧ ମସିହାରେ ସମଗ୍ର ବିଶ୍ୱରେ ୧୨୩.୪ ମିଲିୟନ ମେଟ୍ରିକ ଟନ ଚିନି ଖର୍ଚ୍ଚ ହୋଇଥିଲା । ତେବେ ୨୦୧୮ ମସିହା ବେଳକୁ ଏହି ପରିମାଣ ୧୭୨.୪ ମିଲିୟନ ମେଟ୍ରିକ ଟନ୍‌ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ