ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା
ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ । ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ । ପରିବାର ନାଁ ହପ୍ ଶୁଟ୍ସ । ଏହାର ମୂଲ୍ୟ କିଲୋ ପ୍ରତି ୧୦୦୦ ୟୁରୋ ବା ପ୍ରାୟ ୮୨,୦୦୦ ଟଙ୍କା । ଏହାସତ୍ତେ୍ୱ ମଧ୍ୟ ବିଭିନ୍ନ ଦେଶରେ ଏହାର ଚାହିଦା ଅଧିକ ରହିଛି । କିଛି ଲୋକ ଏହାକୁ ତରକାରୀ ବ୍ୟତୀତ ଆଚାର କରି ଖାଇଥାନ୍ତି । ଏଥିରେ ଥିବା ଫୁଲ ପାଟିକୁ ଖୁବ୍ ରାଗ ଲାଗିଥାଏ । ବ୍ରିଟେନ୍, ଜର୍ମାନୀ ସମେତ ଅନ୍ୟ ୟୁରୋପୀୟ ଦେଶରେ ବାଇଗଣୀ ରଙ୍ଗର ଏହି ପରିବାକୁ କେବଳ ବସନ୍ତ ଋତୁରେ ଚାଷ କରାଯାଏ । ଗଛର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହା ଗୋଟିଏ ଦିନରେ ୬ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ । ଭାରତର ହିମାଳୟ କ୍ଷେତ୍ରରେ ହପ୍ ଶୁଟ୍ସର ଅନ୍ୟ ଏକ ପ୍ରକାର ପରିବାର ଚାଷ କରାଯାଏ, ଯାହାକୁ ସ୍ପଞ୍ଜ ମଶରୁମ୍ ବୋଲି କୁହାଯାଏ ।