ସବୁଦିନ ପାଇଁ ସୁସ୍ଥ ରହିବା ପାଇଁ ଚାହୁଁଥିଲେ…
ବିଭିନ୍ନ ପ୍ରକାରର ରୋଗରୁ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରୋଗରେ ଶୀଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ୍ ହୋଇଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ନାହିଁ ତେବେ ଭୋକ ନ ଲାଗିବା, ପେଟ ଭାରି ଲାଗିବା, ଛାତି ପୋଡ଼ିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ କରିବା ପାଇଁ ହେଲେ ଏହି ୪ଟି ଜିନିଷ ଖାଇବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
୧.କିୱି ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ ସି’ର ପରିମାଣ ଅଧିକ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଗୋଟେ କିୱି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରାଧକ ବୃଦ୍ଧି ପାଇଥାଏ ।
୨.ଗୁଡ଼ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ପେଟର ସମସ୍ୟା ଦୂର କରିବା ପାଇଁ ଗୁଡ଼ କୌଣସି ଔଷଧଠାରୁ କମ୍ ନୁହେଁ । ପ୍ରତିଦିନ ଗୋଟେ ଖଣ୍ଡ ଗୁଡ଼ ଖାଇଲେ ଶରୀରକୁ ଲାଭ ମିଳିବା ସହ ପେଟଜନିତ ସମସ୍ୟା ଦୂର ହୋଇଥାଏ ।
୩.ଭିଟାମିନ୍ ସି’ରେ ଭରପୂର ଥିବା ଅଁଳାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ସହ ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପଦାର୍ଥକୁ କାଢ଼ିବା ପାଇଁ ଅଁଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ହେଉଥିବା କାଶରୁ ମୁକ୍ତି ପାଇବା ପାଇଁ ଅଁଳା ଖାଇବା ଅତ୍ୟନ୍ତ ଭଲ ।
୪.ସେଓ ଫଳରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ ସେଓ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥିବାବେଳେ ମଧ୍ୟାହ୍ନ ସମୟରେ ସେଓ ଫଳ ଖାଇବା ଶରୀର ପାଇଁ ଭଲ ।