ସବୁଲେଖା – ଲେଖା ନୁହେଁ
ମାୟାଧର ନାୟକ
ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାତ ଶଦ୍ଦଲହରି । ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ । ମୁକ୍ତସ୍ରୋତ ପରି, ଉଚ୍ଛଳଝରଣା ପରିସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର ଭାଷାସଂଚରି ଯାଉଥିଲାହୃଦୟକୁ । ଶ୍ରୁତି ଏବଂ ସ୍ମୃତିମାଧ୍ୟମରେ ଦୀର୍ଘକାଳବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା । ଭାରତୀୟ ପରମ୍ପରାରଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ । ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦିହେଲା- ବନ୍ଦୀହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡିଭିତରେ । ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖ ଶୋକ ସନ୍ତପ୍ତ ଯାତନା ଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳ ସାନ୍ତ୍ୱନା ! ମୁନି, ମନୀଷୀ, ମହର୍ଷି, ମହାତ୍ମାମାନଙ୍କ ଉଦ୍ବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ । ଜନଜୀବନରେ ସତ୍ ଓ ଶୁଦ୍ଧ ଚିନ୍ତନର ପରି ପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ । ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦ୍ରେ, ସମୁଦାୟ ସମାଜବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ । ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକ ବର୍ଗର ନିର୍ଲଜ ଚାଟୁକାର ସାଜୁଛନ୍ତି ଅଧିକାଂଶ କବି ଲେଖକ । ନିଜକୁ ନିଲାମ୍ କରୁଛନ୍ତି ନାମ ମାତ୍ର ମୂଲ୍ୟରେ । ସାହିତ୍ୟର ନାଡି ନକ୍ଷତ୍ର ଠିକ୍ ଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ । ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲ୍ର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ । କୁତ୍ରିମ ପ୍ରସାଧନରେ ସଜ୍ଜିତକରିଛି ନିଜକୁ । ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ, ଏଇ ‘ନା-ନା-ନା’ରବିରଳ ସ୍ୱର ଯେତେକ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତହୋଇ ଆସିଛି, ନିର୍ଭୀକଭାବରେ, ଏ ସ୍ୱର ଦାୟିତ୍ୱରସ୍ୱର, ଦାୟବଦ୍ଧତାରସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର ! ମେଣ୍ଢା ମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତା ପ୍ରେମୀଚାରଣ ଚାଟୁକାର ଲେଖକମାନଙ୍କ ଭିଡ ଭିତରେ ବି ଆମେ ଲକ୍ଷ୍ୟକରିଛେ ଜଣେ ଜଣେ ସଂକଳ୍ପ ବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟକରି ନାହାନ୍ତି, ଯନ୍ତ୍ରଣାର ଯୂପ କାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶି ମଂଚକୁ ଖାତିର୍କରି ନାହାନ୍ତି ମୋଟେ । ଇତିହାସର ଗତିପଥରେ ସାମାଜିକ ଅବସ୍ଥାନର ପରିବର୍ତନ ପାଇଁ ଯୁଗ ଯୁଗ ଲାଗିଯାଉଥିଲା । ଏବେ ଅତ୍ୟନ୍ତ ଦ୍ରୁତଗତିରେ ସମାଜ ବଦଳିବାରେ ଲାଗିଛି । ଆଜି ଆଖିବୁଜି ପୃଥିବୀ ମାନଚିତ୍ରର ଯେକୌଣସିସ୍ଥାନରେ ଆଙ୍ଗୁଠି ଲଗାଇବ ସେଇଭୂଇଁରେ ସେଇ ଦେଶରେ ସେଇସ୍ଥାନରେ ମଣିଷସ୍ୱାର୍ଥ ପାଇଁ ସବୁ କିଛି ଭୁଲି ଯାଇଛି । ପ୍ରତିମୁହୂର୍ତରେ ସମାଜ- ମଣିଷ ବଦଳିବାରେ ଲାଗିଛି । କାଲି ଯାହା ଥିଲା ଆଜିତାହା ନାହିଁ, ଆଜି ଯାହା ଅଛି ଆସନ୍ତାକାଲିକି ତାହା ନଥିବ । ଆଦିମ ସମାଜର ପରିବର୍ତନ ହୋଇ ଧୀରେ ଧୀରେ ପୁଞ୍ଜିବାଦ ଆସିଲା । କିଛି ଦେଶରେ ପୁଞ୍ଜିବାଦକୁ ଧ୍ୱଂସ କରି ସମାଜବାଦ ଆସିଲା । ପୁଣି ୭୫ ବର୍ଷ ପରେ ସାମ୍ୟବାଦକୁ ଯାଇ ନ ପାରି ସଂଶୋଧନ ବାଦର ଶିକାର ହୋଇ ସମାଜବାଦର ବିଚ୍ୟୁତିଘଟି ପୁଣି ପୁଞ୍ଜିବାଦ ସାମ୍ରାଜ୍ୟବାଦରେ ପହଂଚିଗଲା । ସାମନ୍ତତନ୍ତ୍ର ରାଜତନ୍ତ୍ରର ପଦଚିହ୍ନ ନ ଲିଭୁଣୁ ଗଣତନ୍ତ୍ର ପ୍ରବେଶକଲା । ଆଜି ମଧ୍ୟ ଗଣତନ୍ତ୍ର ଉପରେ ମଣିଷ ଆଶା ହରାଇ ସାରିଲାଣି । ମଣିଷର ସଭ୍ୟତାକୁ ଗଣତନ୍ତ୍ର କ’ଣ ଦେଇଛି? ସେଇ ଦାରିଦ୍ର୍ୟ, ଭଣ୍ଡାମୀ, ଅସହାୟତା, ଦଙ୍ଗା, ଶୋଷଣ, କଷଣ, ଯୁଦ୍ଧ, ବିପର୍ଯ୍ୟୟ ଚାରିଆଡେ ଛାଇ ହୋଇ ଯାଇଛି । ଯେଉଁ ଦେଶରେ ଗଣତନ୍ତ୍ର ଅଛିସେ ଦେଶରେ ଜନଗଣ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସବୁ ସ୍ୱପ୍ନ ସାଂଘାତିକ ଭାବରେ ଭ୍ରାନ୍ତ ଏବଂ ଅର୍ଥହୀନ ପ୍ରମାଣିତ ହୋଇଛି । ନିର୍ଯାତିତ ମଣିଷକୁ ସ୍ୱାଧୀନତା ଆଣି ଦେଇପାରୁନି । ଜଗତୀକରଣର ଜାଲରେ ସମସ୍ତେ ଛନ୍ଦି ହୋଇପଡିଛନ୍ତି । ଜ୍ଞାନଅସ୍ତ୍ର ହରାଇ ଅଜ୍ଞାନ ଅନ୍ଧକାର ଭିତରେ ଘୁରି ବୁଲୁଛନ୍ତି । ସାରା ବିଶ୍ୱର ମଣିଷ ଲୋଭ ପାପ ମୋହରେ ପଡିଯାଇଛନ୍ତି । ଭୋଗୀ ସଂସ୍କୃତିରେ ନିମଜ୍ଜିତ ହୋଇ ମାନବିକତା ଧ୍ୱଂସ ଆଡକୁ ମୁହାଁଇଛି । ନଗ୍ନତା, ଯୌନତା ବଢି ଚାଲିଛି । ସମାଜର ପରିବର୍ତନ ବାହକ ଯୁବ ସମାଜର ନୈତିକତାକୁ କବର ଦେବା ପାଇଁ ଜ୍ଞାନ ଅର୍ଜନ ପାଇଁ ନିମଜ୍ଜିତ ରହିବା କାର୍ଯ୍ୟଟିକୁ ଦୂରେଇ ଦିଆଯାଇଛି । ଆଜି ଯୁବ ସମାଜ ସିନେମା, ଟେଲିଭିଜନ, କ୍ରିକେଟ୍, କମ୍ପ୍ୟୁଟର ଆଡକୁ ମୁହେଁଇଛନ୍ତି । କେହି କିଛି ନୂଆ ନୂଆ ସୃଷ୍ଟିକରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ପର ଶ୍ରୀକାତରତାକୁ ବରଣ କରିନେଇଛନ୍ତି । ଓଡିଶାରେ ଏପରିକି ସମଗ୍ର ବିଶ୍ୱରେ ସଂଖ୍ୟା ଗରିଷ୍ଠ ଲୋକମାନଙ୍କର ପଢା ପଢି କରିବା ଅଭ୍ୟାସ କମିଯାଇଛି । ପଢା ପଢି ପ୍ରତି ଆଗ୍ରହ ନଥିଲେ ବୌିକିଣିବା ଅଭ୍ୟାସ ରହିବ ନାହିଁ । ବହିବିକ୍ରି ନ ହେଲେ ପ୍ରକାଶକମାନେ ନୂଆ ବହି ଛାପୁ ନାହାନ୍ତି । ଯାହା ଫଳରେ ଲେଖକମାନଙ୍କର ଲେଖିବାର ଆଗ୍ରହ ମରିମରି ଯାଉଛି ।
ସବୁଲେଖା – ଲେଖା ନୁହେଁ । ସବୁଲେଖକ ଲେଖକ ନୁହନ୍ତି । ଯେଉଁମାନେ ଅତ୍ୟନ୍ତ ଅସାଧାର ଣବିଷୟ ବସ୍ତୁକୁ ଜଟିଳତା, ରସାଳ, କୌତୁକ ଓ ଚାତୁର୍ଯ୍ୟ ତଥା ଶଦ୍ଦର ପ୍ରାଚୁର୍ଯ୍ୟ ମଧ୍ୟରେ ସ୍ୱପ୍ନ ରାଇଜରେ- ମାନସ ପଟ୍ଟରେ ନାଚି ଯାଉଥିବା ଚରିତ୍ର ଓ ଦୃଶ୍ୟଏବଂ ଆପଣା ରଇଚ୍ଛା ଅଭ୍ୟାସ ଚରିତ୍ରକୁ କିଂଚିତ୍ ହେଲେ ମଧ୍ୟ ସ୍ପର୍ଶ କରୁଥିବା ଲେଖା ଅତି ଆଦରର ହୋଇଯାଏ ତଥା ବେଳେ ବେଳେ ଅନେକ ଦିନ ପର୍ଯ୍ୟନ୍ତ ମନରେ ଗଭୀର ରେଖାପାତ ସୃଷ୍ଟି କରିଥାଏ । ସମାଜ ପରିବର୍ତନରେ ଅଳ୍ପ ଯେଉଁ କେତେ ଜଣ ଦାର୍ଶନିକ, ବୈଜ୍ଞାନିକ, ଲେଖକ ବହୁ ଉପାଦେୟ ପୁସ୍ତକ ଲେଖିଯାଇଛନ୍ତି ସେଗୁଡିକୁ ଜନ ସମାଜରୁ ଦୂରେଇ ରଖିବାକୁ ଅପଚେଷ୍ଟାଚାଲିଛି । ପୁଣି ସେଇ ରକ୍ଷଣ ଶୀଳତା ଆଡକୁ ଜନ ସମୁଦାୟକୁ ମୁହାଇଁ ନେବାର ଗୁପ୍ତ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ପଚାଶ ବର୍ଷ ଧରି ଏଇ ପୃଥିବୀରେ ଯେଉଁ ଲେଖା ପ୍ରକାଶ ପାଉଛି ଅଧିକାଂଶ ଲେଖା ତୃଣ ମୂଳଜୀବନ ସହ ସଂପର୍କ ରହୁନି । ଯେଉଁ ନାମକରା ଲେଖକମାନଙ୍କର ଲେଖା ନୋବେଲ୍ ପ୍ରାଇଜ୍ କିମ୍ବା ଅନ୍ୟ ପୁରସ୍କାର ପାଉଛି ସେଥିରେ ମଧ୍ୟ ପ୍ରିୟା ପ୍ରୀତି ତୋଷଣ ଚାଲିଛି । ଭାରତୀୟ ଲେଖକ/ଲେଖିକାମାନେ ନିଜର ସ୍ପଷ୍ଟ ମତାମତ କିମ୍ବା ଜୀବନ ସହ ସଂପର୍କିତ ଲେଖାଲେଖିବାକୁ ଉଦ୍ୟମକଲେ ବିବିଭିନ୍ନ କ୍ଷେତ୍ରରେ ବାଧା ପାଉଛନ୍ତି । ଅଧିକାଂଶ ଲେଖକ ଯେଉଁମାନେ ନାମ କରା ସେମାନେ ଉପରେ ମାଲିକ (ସରକାର-ଧନପତି)ଙ୍କ ମର୍ଜ୍ଜିକୁ ସମ୍ମାନ ଦେଉଥିବାରୁ ଲେଖା ଗୁଡିକ ଚିରାଚରିତ ସାଧାରଣ ହେଉଥିବାରୁ ତାହା ସୁଖ ପାଠ୍ୟ କିମ୍ବା ଶିକ୍ଷଣୀୟ ହେଉ ନାହିଁ । କେବଳ କୋଟି କୋଟି ଟଙ୍କାର କାଗଜ ଓ ଅଯଥା ସମୟ ନଷ୍ଟ କରୁଛନ୍ତି । ବିଶେଷକରି ଶିଶୁମାନେ ଦେଶର ଭବିଷ୍ୟତ କହି ଡିଣ୍ଡିମ ପିଟୁଥିଲାବେଳେ ସେଇ ଶିଶୁ ମନକୁ ମୂଳରୁ କିମ୍ଭୂତ କିମାକାର ଧାରଣା ସୃଷ୍ଟି କରାଇ ଧର୍ମ ଭୀରୁ କରାଇ ଦିଆଯିବାର ସୁ କୌଶଳ ଷଡଯନ୍ତ୍ର ଚାଲିଛି । ଶିଶୁମାନଙ୍କୁ ଆରମ୍ଭରୁ ସାହସୀ, ଲଢୁଆ, ସତ୍ୟ ନିଷ୍ଠ କରି ଗଢି ତୋଳିଲେ ପ୍ରାଚୁର୍ଯ୍ୟର ସାମ୍ରାଜ୍ୟ ଯେ ଭାଂଗିଚୂର୍ମାର୍ ହୋଇଯିବ ଏ ଭୟ ମଧ୍ୟ ଶାସକ-ଶୋଷକ ଗୋଷ୍ଠୀର ଅଛି । ତେଣୁଏହି ଦେଶ ବିରୋଧୀ ଜନବିରୋଧୀ ଗୋଷ୍ଠୀ ରାଜକୋଷକୁ ବରବାଦ କରି ବରାଦିଆ ଲେଖକ ଗୋଷ୍ଠୀ ସୃଷ୍ଟି କରିଛନ୍ତି । ଯାହା ଫଳରେ ଶିକ୍ଷା ପାଇଁ ପାଠ୍ୟକ୍ରମ ମଧ୍ୟ ସେମାନଙ୍କ ମର୍ଜ୍ଜିଉପରେ ନିର୍ଭରକରୁଛି । ଜ୍ଞାନଅସ୍ତ୍ର ବଦଳରେ ଅଜ୍ଞାନ-ଅନ୍ଧକାର-ବିକୃତ ଅସ୍ତ୍ର ଧରାଇ ଦିଆଯାଉଛି । ଏହାସମାଜ ପାଇଁ ଭୟଙ୍କର ବିପଦ ଡାକି ଆଣୁଛି । ଏହି ଆକ୍ରମିତ ବିପଦ ବିରୋଧରେ ଅଳ୍ପ ହେଲେବି କିଛି ଲେଖକ କଲମ ଚଳାଇଲେ ଇତିହାସର ଧାରା ବଦଳିଯିବ । ଏଇ ଗୋଲାର୍ଦ୍ଧରେ ଅନେକ ଲେଖକ ଅଛନ୍ତି ଯେଉଁମାନେ ଜୀବନ ଜୀବିକା ସହ ସଂଘର୍ଷକରି ତୃଣମୂଳ ସହ ସଂପର୍କରଖି ଲେଖନୀ ଚାଳନା କରିଚାଲିଛନ୍ତି । ସେମାନଙ୍କ ପାଇଁ ବଜାର ନାହିଁକି ପ୍ରଚାର ନାହିଁ । ଅଧିକାଂଶ ମୂଲ୍ୟବାନ ରଚନା ଆଦୌ ଜନମାନସକୁ ଆସିପାରୁନି । ଏଇ ଓଡିଶାରେ ମଧ୍ୟ ଏଭଳି ଲେଖକ ଅଛନ୍ତି – ଯେଉଁମାନଙ୍କ ରଚନା ବିଶ୍ୱର ଉପଯୁକ୍ତସ୍ଥାନରେ ପହଂଚି ପାରିଲେ ହୁଏତ ବିଶ୍ୱବାସୀଙ୍ ଜୀବନରେ ଗଭୀର ସକାରତ୍ମକ ରେଖାପାତ କରିପାରିବ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩