ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିବ ମହାପ୍ରୟାଣ ଗାଡି ,ଓମ୍ସା କର୍ମକର୍ତ୍ତାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ(ଓମ୍ସା) କର୍ମକର୍ତ୍ତାଙ୍କ ସହ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଗୁରୁତ୍ୱୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକମାନଙ୍କ ସ୍ୱାଥଁ ଦୃଷ୍ଟିରୁ ମୃତ ଶବକୁ ମେଡିକାଲରୁ ଘରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ମହାପ୍ରୟାଣ ଗାଡି ଯୋଗାଇଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା କଥା ରାଜ୍ୟ ସଭାପତି ଡାକ୍ତର ନିରାକାର ଭଟ୍ଟ କହିଛନ୍ତି । । ଏହି ବୈଠକରେ ଚତୁର୍ଥ ଡିଏସିି ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ୩ଟି ସ୍ତରର ଡିଏସିପି ପ୍ରଦାନ କରିଥିବାବେଳେ କେନ୍ଦ୍ର ସରକାର ୪ ଟି ସ୍ତର ପ୍ରଦାନ କରିସାରିଲେଣି । ତେଣୁ ରାଜ୍ୟ ସରକାର ମଧ୍ୟ ଏହା ପ୍ରଦାନ କରିବାକୁ ଓମ୍ସା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅସ୍ଥାୟୀ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ନିୟମିତ କରାଯିବା ସହ ଡାକ୍ତରମାନଙ୍କ କିଛି ସମୟ ନିର୍ଘଣ୍ଟ କାର୍ଯ୍ୟ ନିର୍ଦ୍ଧାରଣ କରିବା ସହ ନୂତନ ଡାକ୍ତର ନିଯୁକ୍ତ କରିବା ସହ ସରକାରୀ ଛୁଟି ସହ ଅନ୍ୟ ଛୁଟି ପ୍ରଦାନ କରିବା ନିମନ୍ତେ ବିସୃତ ଭାବରେ ଆଲୋଚନା ହୋଇଥିଲା । ଏହା ସହ ଡାକ୍ତରଙ୍କ ବୟସ ସୀମା ୬୦ ରୁ ୬୫ ବର୍ଷକୁ ବୃଦ୍ଧି ନକରିବା ପାଇଁ ଓମା ପକ୍ଷରୁ ମନ୍ତ୍ରୀଙ୍କୁ ଜଣାଇଥିଲେ । ଏଥି ସହ ଜିଲ୍ଲା ଓ ଉପଖଣ୍ଡ ଚିକିସ୍ରାଳୟ ରେ ଉତ୍ତସେବା ଲୋକ ମାନଙ୍କୁ ଯୋଗାଇଦେବା ନିମନ୍ତେ ଆଇସିୟୁର ୨୪ ଘଣ୍ଟିଆ ଜରୁରୀ କାଳିନ ଚିକିସ୍ରା ବ୍ୟବସ୍ଥା ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ବୈଠକରେ ୨୭ ଟି ବିଭିନ୍ନ ଦଫା ଉପରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟ ସମ୍ପଙ୍କଦକ ଡାକ୍ତର ପୂଣ୍ୟଶ୍ଳୋକ ଦାସ, କୋଷାଧ୍ୟକ୍ଷ ଡାକ୍ତର ଲଲାଟେନ୍ଦୁ ନାୟକ, ଉପସଭାପତି ଡାକ୍ତର ପବିତ୍ରମୋହନ ମଲ୍ଲିକ, ଡାକ୍ତର ଜ୍ୟୋତିର୍ମୟ ନାୟକ, ଡାକ୍ତର ଅଶୋକକୁମାର କର, ଡାକ୍ତର ଶୁଭକାନ୍ତ ଦାସ, ଡାକ୍ତର ପ୍ରଦ୍ୟୁମ୍ନ କର, ଡାକ୍ତର ଜୟକାନ୍ତ ବଳୀୟାରସିଂ, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ବ୍ରଜକିଶୋର ବ୍ରହ୍ମା, ଶରତଚନ୍ଦ୍ର ମହାପାତ୍ର, ଶୁଭାନନ୍ଦ ମହା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ