ସବୁ ତୋ ବିଚାର

ତୁମେ ନାମେ କିଏ
କେତେ କଥା କୁହେ
ଥଟା ମଜା ଗାଳି କରି,
କିଏ କଳି କରେ
ଅଭିମାନ ଭରେ
ପ୍ରେମ ଭାବ ଭକ୍ତି ଧରି ।

ଭୟରେ କାହାର
ପାଟି ବି ନଫିଟେ
ବରଡା ପ୍ରାୟ ଥରଇ,
କ୍ରୋଧରେ କିଏବି
ଗାଳି ଦେଉ ଦେଉ
ତଣ୍ଟି ପାଟି ଶୁଖୁଥାଇ ।

ଶୁଣୁଛୁ ଦେଖୁଛୁ
ସବୁ ତୁ ସହୁଛୁ
କେମିତି କାଳିଆ କୁହ,
କେତେ ଧୈର୍ଯ୍ଯ ତୋର
ଏତେ ସହିବାକୁ
ସଭିଙ୍କୁ ଶିଖାଇ ଦିଅ ।

ବାଲି ରେଣୁ ପ୍ରାୟ
ଗର୍ବ ନସହିଛ
ଗରବ ଗଞ୍ଜନ ହରି,
ଜ୍ଞାନି, ଧନି ଯେତେ
ଗର୍ବ କରିଛନ୍ତି
କରିଛ ଦାଣ୍ଡ ଭିକାରୀ ।

ସବୁ ତୁମ ଖେଳ
କନ୍ଦୁକ ସଭିଏଁ
ତୁମ ଇଛାମତେ ଖେଳ,
ଏ ଜନ୍ମରେ ଯଦି
କିଏ ଖସିଗଲା
ଆର ଜନ୍ମେ ବୁଡେ ବେଳ ।

ଗଦାଧର ସାହୁ,କଙ୍କଡ଼ାଦ୍ଵୀପ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ