ସବୁ ଦଳର ନଜରରେ ସୁରଥ ଭୋଟରଙ୍କୁ କିଏ ହାତେଇବ

ହିଞ୍ଜିଳିକାଟୁ, ୩ା୫ (ସୁଧାନିଧି ଚୌଧୁରୀ): ଚଳିତ ନିର୍ବାଚନରେ ସବୁ ରାଜନୈତିକ ଦଳର ନଜର ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳି ବିଧାନସଭା ଆସନ ଉପରେ । ହିଞ୍ଜିଳି ବିଧାନସଭା ଆସନକୁ ନେଇ ସାରା ରାଜ୍ୟର ନେତା ମାନଙ୍କ ଆଖି ରହିଛି। ପ୍ରକୃତରେ ଭୋଟର, ପ୍ରାର୍ଥୀଙ୍କୁ ନେଇ ନା ଭୋଟର ମାନଙ୍କୁ ସୁହାଇଲା ଭଳି କୌଣସି ଇସ୍ତହାର ଦେବାରେ ସବୁ ରାଜନୈତିକ ଦଳ ବିଫଳ ତାହା ମଧ୍ୟ ଆଲୋଚନା ସରଗରମ ହୋଇଛି । ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ସମସ୍ତ ବିଧାନସଭା ଆସନ ସକାଶେ ୨ୟ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ନିର୍ବାଚନ ଉପରେ ସମସ୍ତ ଦଳୀୟ ନେତାଙ୍କ ନଜରରେ ରହିଛି । ସବୁ ଦଳର ନେତା ମାନେ ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ଜୋରଦାର ଲାଗି ପଡ଼ିଛନ୍ତି । ଓଡିଶାରେ ଏହି ନିର୍ବାଚନ ପାଇଁ ବର୍ତ୍ତମାନ ସୁରଥରେ ରହି ଆସୁଥିବା ଓଡ଼ିଶାର ଭୋଟର ମାନଙ୍କ ଉପରେ ସବୁ ରାଜନୈତିକ ଦଳର ନଜର ରଖିଛନ୍ତି । ସୁରଥରେ ଓଡିଶାର ଗଞ୍ଜାମ ଜିଲ୍ଲାର ଅଧିକରୁ ଅଧିକ ଲୋକ କାର୍ଯ୍ୟରତ ଥିଲା ବେଳେ ବିଜେଡି ସମେତ ବିଜେପି ଓ କଂଗ୍ରେସ ତରଫରୁ ଏହି ଭୋଟର ମାନଙ୍କୁ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଲାଇଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଭୋଟର ମାନଙ୍କୁ କିପରି ଆକୃଷ୍ଟ କରିହେବ ସେଥିପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରୀ ରହିଥିବା ବାଟେଘାଟେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ନେତାଙ୍କ ଅର୍ଥ ପ୍ରଲୋଭନରେ କୌଣସି ପ୍ରକାର ଅପରାଧ କରି ପୁଣି ସୁରଥ ଚାଲିଯିବା ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏ ଦିଗରେ ପୋଲିସ ପ୍ରଶାସନ ମଧ୍ୟ ଭୋଟରଙ୍କ ଉପରେ ନଜର ରଖିବାର ଆବଶ୍ୟକତା ଥିବା ବୁଦ୍ଧିଜିବୀ ମାନେ ହୃଦବୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାର ବହୁ ଓଡ଼ିଆ ସୁରଥରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଏହି ଭୋଟର ମାନେ ନେତାଙ୍କ ପ୍ରଲୋଭନରେ ପ୍ରଲୋଭିତ ହୋଇ ନିଜର ଭୋଟ ଦେଉଛନ୍ତି ନା ଭୋଟ ଦେଇ ନିର୍ବାଚନକୁ ଜଟିଳ କରି ପରିବର୍ତ୍ତନର ବାର୍ତ୍ତା ଦେଉଛନ୍ତି ତାହା ଏହି ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ହିଞ୍ଜିଳି ବିଧାନସଭା ଆସନ ସକାଶେ ଚଳିତ ନିର୍ବାଚନରେ ୨ଲକ୍ଷ ୩୧ ହଜାର ୧୦୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୦ ହଜାର ୪୧୫ ପୁରୁଷ ଭୋଟର, ୧ ଲକ୍ଷ ୧୦ ହଜାର ୬୭୫ ମହିଳା ଭୋଟର ରହିଥିବା ବେଳେ ୧୮ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି।‌
ପ୍ରକାଶ ଥାଉକି, ଗତ ୧୯୯୭ ମସିହା ଏପ୍ରିଲ ମାସରେ କଳିଙ୍ଗର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କରି କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଆସିକା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବା ସହ କେନ୍ଦ୍ର ମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିଥିଲେ । ପରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ଲଗାତାର ୫ଥର ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଚଳିତ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ୬ଷ୍ଠ ଥର ଲାଗି ପ୍ରାର୍ଥୀ ହେବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ୬ଷ୍ଠ ଥର ପାଈଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଆସନ ଅଳଙ୍କୃତ କରିବା ସୁନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୯୪୦୬୫(୬୬.୩୨%), ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫ (୨୩.୯୧%), ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫(୫.୧୨%), ବିଏସପି ପ୍ରାର୍ଥୀ ଭାସ୍କର ଚୌଧୁରୀ ୯୯୪(୦.୭%), ଏସୟୁସିଆ (କମ୍ୟୁନିଷ୍ଟ) ପ୍ରାର୍ଥୀ ତିରୁପତି ଦୋରା୯୧୮(୦.୬୫%), ସ୍ୱାଧିନ ପ୍ରାର୍ଥୀ ସି. ୠକ୍ଷ୍ମୀ ଆଚାରୀ ୮୬୫, ବାବୁଲା ସାହୁ ୮୫୯ସୁକାନ୍ତ କିଶୋର ପଣ୍ଡା୭୭୩ ଏବଂ ଏଏନସି ପ୍ରାର୍ଥୀ ରଞ୍ଜନ କୁମାର ଆପଟ୬୬୮ ଖଣ୍ଡ ଭୋଟ ହାରତେଇବାକୁ ସକ୍ଷମ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ