ସବୁ ନେଣଦେଣର ଡିଜିଟାଲ୍ ପ୍ଲାଟ୍ଫର୍ମ ଉପଲବ୍ଧ କରିବ ଏସ୍ବିଆଇ

ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ): ଦେଶର ସର୍ବବୃହତ୍ତ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ) ନିଜ ଡିଜିଟାଲ୍ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାନୁସାରେ ଆସନ୍ତା ୨ବର୍ଷ ମଧ୍ୟରେ ସମସ୍ତ ପ୍ରକାରର ନେଣଦେଣକୁ ଏକ ପ୍ଲାଟ୍ଫର୍ମରେ ସାମିଲ କରିବ । ବ୍ୟାଙ୍କ୍ ଏହି କାର୍ଯ୍ୟ ଏହାର ଡିଜିଟାଲ ବ୍ୟାଙ୍କିଂ ପ୍ଲାଟ୍ଫର୍ମ ‘ୟୋନୋ’ ସାହାଯ୍ୟରେ ସମ୍ପନ୍ନ କରିବ । ୟୋନୋ ଏକ ଏକିକୃତ ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟ୍ଫର୍ମ । ଯାହାକି ଉପଯୋଗକର୍ତ୍ତାଙ୍କ କେତେକ ଆର୍ଥିକ ତଥା ଅନ୍ୟ ସେବାର ଉପସ୍ଥାପନା କରିଥାଏ । ବ୍ୟାଙ୍କ୍ ପକ୍ଷରୁ ‘ୟୋନୋ କ୍ୟାସ୍’ ସେବା ଆରମ୍ଭ କରାଯାଇଛି । ଏହି ସେବା ଦ୍ୱାରା ଗ୍ରାହକ କାର୍ଡ଼ର ବ୍ୟବହାର ନକରି ଏସ୍ବିଆଇର ୟୋନୋ କ୍ୟାସ୍ ଏଟିଏମ୍ରୁ ଟଙ୍କା ଉଠାଣର ସୁବିଧା ପ୍ରଦାନ କରିବ । ବ୍ୟାଙ୍କ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଗ୍ରାହକ ୟୋନୋ ଆପ୍ରେ ନଗଦ ଉଠାଣର ପ୍ରକ୍ରିୟା ଆରମ୍ଭ କରାଯିବାର ସମ୍ଭାବନା ରହିଛି । ଏବଂ ନେଣଦେଣ ପାଇଁ ୬ଅଙ୍କ ବିଶିଷ୍ଟ ୟୋନୋ କ୍ୟାସ୍ ପିନ୍ ସେଟ୍ କରିବ । କାରବାର ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଗ୍ରାହକ ୬ ସଂଖ୍ୟା ବିଶିଷ୍ଟ ରେଫରେନ୍ସ ନମ୍ବର ପାଇପାରିବେ । ନଗଦ ଉଠାଣକୁ ନିକଟସ୍ଥ ୟୋନୋ କ୍ୟାସ ପଏଣ୍ଟରେ ଉଭୟ ପିନ୍ ଓ ରେଫରେନ୍ସ ନମ୍ବରକୁ ବ୍ୟବହାର କରି ୩୦ ମିନିଟ୍ ଭିତରେ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଏହି ସେବାର ଉନ୍ମୋଚନ ଅବସରରେ ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ ଗ୍ରାହକଙ୍କ ପାଇଁ ସହଜତାକୁ ବଢାଇବା ଏବଂ ବ୍ୟାଙ୍କିଂ ଅନୁଭୂତିରେ ଉନ୍ନତି ଆଣିବା ପ୍ରତି ରହିଥିବା ବ୍ୟାଙ୍କ୍ର ଲକ୍ଷ୍ୟ ଦିଗରେ ୟୋନୋ କ୍ୟାସ ଆଉ ଏକ ପଦକ୍ଷେପ । ଏହି ସେବା ଦ୍ୱାରା ଡେବିଟ୍ କାର୍ଡକୁ ଏଟିଏମ୍ରେ ବ୍ୟବହାର କରିବା ବେଳେ ରହୁଥିବା ବିପଦକୁ ଦୁର କରାଯାଇପାରିବ । ବିନା କାଡ଼ରେ ଯେଭଳି ବ୍ୟବହାରକାରୀମାନେ ନଗଦ ଉଠାଇପାରିବେ ସେଥିପାଇଁ ୟୋନୋରେ ଏହି ବୈଶିଷ୍ଟ୍ୟ ପ୍ରସ୍ତୁତ କରାଯାଇଛି । ୟୋନୋ ଜରିଆରେ ଆସନ୍ତା ୨ ବର୍ଷ ଭିତରେ ସମସ୍ତ କାରବାର ପରିବେଶକୁ ଏକତ୍ରୀତ କରି ଏକ ଡିଜିଟାଲ ଦୁନିଆ ଗଠନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହା ୮୫ ଇ-କମର୍ସ କମ୍ପାନୀଗୁଡ଼ିକ ଠାରୁ ଅନୁକୂଳିତ ଉତ୍ପାଦ ଓ ସେବାର ଉପସ୍ଥାପନକାରୀ ପ୍ରଥମ ବ୍ୟାପକ ଡିଜିଟାଲ ବ୍ୟାଙ୍କିଂ ମଞ୍ଚ ରହିଛି । ୟୋନୋ ଏସ୍ବିଆଇକୁ ନଭେମ୍ବର ୨୦୧୭ରେ ଉପସ୍ଥାପନ କରାଯାଇଥିଲା । ଫେବ୍ରୁଆରୀ, ୨୦୧୯ସୁଦ୍ଧା ୟୋନୋକୁ ୧.୮୦କୋଟିରୁ ଅଧିକ ଥର ଡାଉନ୍ଲୋଡ଼୍ କରାଯାଇସାରିଛି ଏବଂ ଏଥିରେ ୭୦ଲକ୍ଷରୁ ଊଦ୍ଧ୍ୱର୍ ସକ୍ରିୟ ବ୍ୟବହାରକାରୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ