ସବୁ ପରିବା ୪୦ ଉପରେ, ତୁନ୍ଦୁରି ବି ବାଦ ପଡିନି

ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବଜାରରେ ପରିବା ଦର ରେ ଅହେତୁକ ବ୍ରୁଦ୍ଧି ଘଟିଛି। ଜଣେ ଗ୍ରାହକ ୧୦୦ ଧରିଲେ ୨ କିଗ୍ରା ୫୦୦ ଗ୍ରାମରେ ପଇସା ସରିଯାଉଛି।ବାଇଗଣ୪୦, କଟକି ୪୦,ଅଲଡି ୪୦,ବିମସ ୧୨୦,ଫୁଲକୋବି ୬୦,ଟମାଟ ୭୦,ସାରୁ ୪୦ ଛଛିନ୍ଦ୍ରା ୪୦ ପରିବା ଦର ହୋଇଥିବା ବେଳେ ତୁନ୍ଦୁରି ମଧ ବାଦ ପଡି ନାହିଁ। କାରଣ ତାହା ମଧ ୪୦ ରେ ପହଞ୍ଚି ଛି। ଅମାବାସ୍ଯା ହେଉଥିବା ରୁ ଗୁହାର ଦର ୫୦ରେ ପହଞ୍ଚି ଛି। ସେହିପରି କଂଟିଆଳି ମଧ ୫୦ ରେ ପହଞ୍ଚି ଛି। ଏପରି ପରିବା ଦର ଗତ ୩ ମାସ ହେଲା ଲାଗି ରହିବା ଫଳରେ ଶେରଗଡ ପରିବା ବଜାର ଉପରେ ଭରସା କରି ରହିଥିବା ୫୦ ଖଣ୍ଡ ଗ୍ରାମର ଲୋକ ନାନା ହଇରାଣ ହେବା ସହ ଘାଂଟି ସନ୍ତୁଳି ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ