କ୍ରିକେଟକୁ ଅଲବିଦା କଲେ ୟୁଭି
ମ୍ୟାଚରେ ଆଉ ଦେଖିବାକୁ ମିଳିବନି ୟୁଭି କ୍ୟାନ ସୋ । ଭାରତୀୟ କ୍ରୀକେଟ କୁ ନୂଆ ଦିଶା ଦେଇଥିବା ଯୁବରାଜ ସିଂ ସମସ୍ତ ଆନ୍ତର୍ଜାତିକ କ୍ରିକେଟ ଟିମ ରୁ ଅବସ,ର ଘୋଷଣା କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ପ୍ରେସକନଫରେନ୍ସ ରେ ଘୋଷଣା କରିବା ପରେ ୟୁଭ୍ି ଙ୍କ ସମର୍ଥକ ଙ୍କ ମନରେ ଦୁଃଖ ପହଁଚିଛି । ୨୦୦୦ ମସିହାରେ ସୈରଭ ଗାଙ୍ଗୁଲି ର ଅଧିନାୟକତ୍ୱ ରେ ଭାରତୀୟ ଦଳ ରେ ସ୍ଥାନ ପାଇ ଥିଲେ ଯୁବରାଜ । ଟିମ ଇଣ୍ଡିଆ କୁ ଦୁଇଦୁଇ ଥର ବିଶ୍ୱ ଚମ୍ପିୟାନ କରିବାରେ ତାଙ୍କର ଥିଲା ବଡ ଭୂମିକା । ସେ ଶେଷ ମ୍ୟାଚ ୨୦୧୭ ଜୁନ ୩୦ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷ ରେ ଖେଳିଥିଲେ ଓ ଟି-୨୦ ରେ ସଫଳତା ହାସଲ କରିଥିବା ଏହି ପ୍ଲେୟାର ଭାରତୀୟ ଦଳ ର ଜଣେ ନିର୍ଭର ଯୋଗ୍ୟ ଅଲରାଉଣ୍ଡର ଭାବେ ନିଜର ସ୍ଥାନ ପକ୍କା କରିସାର୍ିଥିଲେ । ସେ ଭାରତ ପାଇଁ ୩୦୪ ଟି ଦିନିକିଆ ଖେଳି ୧୪ ଟି ଶତକ ସହ ୫୨ ଟି ଅର୍ଦ୍ଧଶତକ କରିଥିଲେ । ଟି-୨୦ ରେ ତାଙ୍କର ଜବରଦସ୍ତ ଅଲରାଉଣ୍ଡ ର ସଫଳତା ଯୋଗୁଁ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ କୁ ହରାଇ ଟି-୨୦ ଚମ୍ପିୟାନ ହୋଇଥିଲା । ଏହି ଫରମାଟ ରେ ସେ ବେଶ ସଫଳତା ପାଇଥିଲେ ସେ ୫୮ ଟି ଟି-୨୦ ଖେଳି ୮ ଟି ଅର୍ଦ୍ଧଶତକ ସହ ୧୧୭୭ ରନ ସଂଗ୍ରହ କରିବା ସହିତ ୨୮ ଟି ୱିକେଟ ହାସଲ କରିଥିଲେ । ଏଥି ସହିତ ଟେଷ୍ଟ ରେ ୪୪ ଟି ମ୍ୟାଚ ଖେଳି ୩ ଟି ଶତକ ସହ ୧୧ ଟି ଅର୍ଦ୍ଧଶତକ କରିଥିଲେ ।