ସବ କୁଶଲ୍ ମଙ୍ଗଲ୍

୧୯୯୮ରେ ‘ବର୍ଡର’ ଓ ୨୦୦୨ରେ ମୁକ୍ତିଲାଭ କରିଥିବା ‘ଦିଲ ଚାହତା ହୈ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ ଅଭିନେତା ଅକ୍ଷୟ ଖାନ୍ନା । ହିମାଳୟ ପୁତ୍ର, ମୋହବତ, ଲାୱାରିସ, ତାଲ, ହମରାଜ, ଦିୱାନଗୀ, ହଙ୍ଗାମା, ସଲାମା-ଏ-ଇସ୍କ, ଗାନ୍ଧୀ ମାଇଁ ଫାଦର ପରି ଅନ୍ୟୁନ ଚାଳିଶଟି ସିନେମାରେ ଅଭିନୟ କରିଛନ୍ତି ଅକ୍ଷୟ । ନୂଆବର୍ଷ ପ୍ରଥମ ସପ୍ତାହରେ ପରଦାକୁ ଆସୁଛି ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ସବ କୁଶଲ ମଙ୍ଗଲ’ । ଆଜିକାଲି ଯେଉଁ କମେଡି ମୁଭି ଆସୁଛି ସେଥିରେ ଥିବା ସଂଳାପରେ ଆମେ ଦ୍ୱିଅର୍ଥବୋଧକ ବା ଅଶ୍ଳୀଳ ଶବ୍ଦ ଶୁଣିବାକୁ ପାଉଛନ୍ତି । ‘ସବ କୁଶଲ ମଙ୍ଗଲ’ ଏକ ହାସ୍ୟରସାତ୍ମକ କାହାଣୀ ହୋଇଥିଲେ ମଧ୍ୟ ଏଥିରେ ବ୍ୟବହାର ହେଇଥିବା ସଂଳାପରେ କେବଳ ଶୁଦ୍ଧଭାଷାର ପ୍ରୟୋଗ ହୋଇଛି । ଅକ୍ଷୟ ଖାନ୍ନା ଏତେ ସିନିୟର ଆର୍ଟିଷ୍ଟ ହୋଇ କରନ ବିଶ୍ୱନାଥ କାଶ୍ୟପଙ୍କ ନିର୍ଦ୍ଦେଶନାରେ କାମ କରିବାକୁ କେମିତି ରାଜି ହେଲେ ବୋଲି ପ୍ରଶ୍ନ କରାଯାଇଥିଲା। ଏଥିରେ ଅକ୍ଷୟ ଉତ୍ତର ଦେଇଛନ୍ତି, ଦେଖନ୍ତୁ ନବାଗତ ନିର୍ଦ୍ଦେଶକ ହିଁ ଭଲ କାମ କରିଥାନ୍ତି । ମୁଁ ଯଦି ତାଙ୍କ ପରାମର୍ଶ ମାନି ସେ ଚାହୁଁଥିବା ଢ଼ଙ୍ଗରେ ଅଭିନୟ କରେ ତେବେ ମୋର ଅସୁବିଧା କ’ଣ! ‘ସବ କୁଶଲ ମଙ୍ଗଲ’ ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ପ୍ରିୟାଙ୍କ ଶର୍ମା, ରିଭା କିଷାନ, କୌଶିକ ସତିଶ, ସୁପ୍ରିୟା ପାଠକ, ରାକେଶ ବେଦୀ, ମୃଣାଳ ଜୈନ, ୟୁବିକା ଚୌଧୁରୀ, ଇସିୟାକ ଖାନ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ପ୍ରାଚୀ ନିତୀନ ମନମୋହନ ପ୍ରଯୋଜିତ ଏଇ ଚଳଚ୍ଚିତ୍ରଟି ଶୁଣାଯାଉଛି ପୁରା ପରିବାର ସଦସ୍ୟ ସାଥୀ ହୋଇ ଦେଖିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ