ସଭରକରଙ୍କୁ ବିରୋଧ କରୁନାହୁଁ: ମନମୋହନ

ନୂଆଦିଲ୍ଲୀ: ବୀର ସଭରକରଙ୍କୁ ଭାରତରତ୍ନ ଦେବାପାଇଁ ମହାରାଷ୍ଟ୍ର ବିଜେପିର ଦାବି ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁବାର କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, କଂଗ୍ରେସ ସଭରକରଙ୍କୁ ବିରୋଧ କରୁନି । ତାଙ୍କ ବିଚାରକୁ କେବଳ ବିରୋଧ କରୁଛି । ବୀର ସଭରକରଙ୍କ ହିନ୍ଦୁତ୍ୱ ବିଚାରକୁ କଂଗ୍ରେସ ବିରୋଧ କରୁଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ବିଜେପି ଏହାକୁ ନିର୍ବାଚନୀ ଇସ୍ତାହାରରେ ହିଁ ରଖିଛି । ସଭରକରଙ୍କ ବ୍ୟତୀତ ମହାରାଷ୍ଟ୍ରର ଅନ୍ୟ ୨ ମହାନ ବ୍ୟକ୍ତିତ୍ୱ ଯଥା ସାବିତ୍ରୀବାଇଫୁଲେ ଏବଂ ଜ୍ୟୋତିବା ଫୁଲେଙ୍କୁ ଭାରତରତ୍ନ ଦେବାକୁ ଦାବି ଉଠାଇବେ ବୋଲି କହିଛନ୍ତି । ଯଦିଓ ସଭରକରଙ୍କର ବିଜେପିର ବୈଚାରିକ ଆଦର୍ଶ ଆରଏସ୍‌ଏସ୍ ସହ କୌଣସି ସମ୍ପର୍କ ନଥିଲା, ଅନେକ ବିଜେପି ନେତା ତାଙ୍କୁ ଆଦର୍ଶ ଭାବେ ମାନିଆସିଛନ୍ତି । ତେବେ ପ୍ରତିକ୍ରିୟାରେ ମନମୋହନ କହିଛନ୍ତି, “ଆମେ ସଭରକରଜୀଙ୍କ ବିରୋଧ କରୁନାହୁଁ, କିନ୍ତୁ ପ୍ରଶ୍ନ ଉଠୁଛି ଆମେ ତାଙ୍କ ହିନ୍ଦୁତ୍ୱ ବିଚାର ଏବଂ ତାଙ୍କ ଲକ୍ଷ୍ୟର ସମର୍ଥନ କରିବୁନାହିଁ ।” ସେ ଏହି ଅବସରରେ କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ସଭରକରଙ୍କ ସ୍ମୃତିରେ ପୋଷ୍ଟାଲ ଷ୍ଟାମ୍ପ ପ୍ରଚଳନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ