ସଭାପତି ନିର୍ବାଚନ ନେଇ ଭାରତୀୟ ଜନତା ପାର୍ଟିର ଗୋଷ୍ଠୀ କନ୍ଦଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଭାରତୀୟ ଜନତାପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ହାଟରେ ପଡି ଦାଣ୍ଡରେ ପଡିଲାଣି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳ ସଭାପତି ନୂତନ ଭାବେ ଚୟନ କରାଯାଇଥିବା ନେଇ ଗତ ସାଧାରଣନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ କୁମାର କର ଗଣମାଧ୍ୟମକୁ ଦୁଇଦିନ ତଳେ ସୂଚନା ଦେଇଥିଲେ । ନୂତନ କର୍ମକର୍ତ୍ତାଙ୍କ ନାମ ମଧ୍ୟ ଉପସ୍ଥାପନ କରିଥିଲେ । ଏହା ଅସମ୍ବିଧାନ ଭାବେ କରାଯାଇଛି ବୋଲି ଏହାର ପ୍ରତିବାଦ କରି ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଭାଜପା କାର୍ଯ୍ୟାଳୟ ପରିସରରେ ଆଇନଜିବୀ ପ୍ରଦୀପ କୁମାର ପାଢୀଙ୍କ ପୈାରହିତ୍ୟରେ ନିର୍ବାଚନ ମଣ୍ଡଳୀର ନେତା ତ୍ରିନାଥ ବେହେରା, କୀର୍ତ୍ତନ ଦାସ, ଭୀମସେନ ବେହେରା, ପି.ଚନ୍ଦ୍ରଶେଖର ରାଓ, ଜିଲ୍ଲା ଉପସଭାପତି ଡି.କାନଙ୍କେୟା ରେଡ୍ଡୀ, ଲିଙ୍ଗରାଜ ନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା, ଇ.ପ୍ରମୋଦ କୁମାର, ଗାଣ୍ଡୁଧର ଗୈାଡ, ମନରୋଜନ ବେହେରା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣି ମହାପାତ୍ର, ପି.ଜଗଦୀଶ ରାଓ, ଉମାଶଙ୍କର ମହାନ୍ତି, ପି.ରଘୁନାଥ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଏହାକୁ ବିରୋଧ କରିଛନ୍ତି । ଆମେ ଗଣମାଧ୍ୟମରେ ପ୍ରସାର ପରେ ଜାଣିପାରିଲୁ ଯେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୮ଟି ନୁତନ ମଣ୍ଡଳ ସଭାପତି ନିର୍ବାଚନ ହୋଇଥିବାର । ଏହା ଅସମ୍ବିଧାନ ଭାବେ କରାଯାଇଛି । ସମ୍ବିଧାନ ନୀୟମ ଅନୁସାରେ କରାଯାଇ ନାହିଁ । ଏହାକୁ ଆମେ ଘୋର ନିନ୍ଦା କରିବା ସହ ବିରୋଧ କରୁଛୁ । ଏହା ମିଥ୍ୟା ଅଟେ । ମଣ୍ଡଳ ସଭାପତି ନିର୍ବାଚନ ନିମନ୍ତେ ବିଭିନ୍ନ ପ୍ରକ୍ରୀୟା ରହିଛି । ସେହି ପ୍ରକ୍ରୀୟା ଅନୁଯାୟୀ କରାଯିବା ନିମନ୍ତେ ପାର୍ଟୀର ଗାଇଡଲାଇନ ରହିଛି । ଯେଉଁ ଗୋଷ୍ଠୀମାନେ ଏହାକୁ ଚକ୍ରାନ୍ତ ଚଳାଇ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି । ଏହାକୁ ଆମେ କରାଇଦେବୁ ନାହିଁ ସେମାନେ ଦାବୀ କରିଥିଲେ । ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳ ସଭାପତି ପଦବୀ ନିମନ୍ତେ ସମ୍ବିଧାନ ନୀୟମ ଅନୁସାରେ ନିର୍ବାଚନ କରାଯାଉ ବୋଲି ସେମାନେ ଦାବୀ କରିଥିଲେ । ଏନେଇ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ , ପାର୍ଟିର ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ରଂଜନ ମହାନ୍ତି ଏବଂ ଗଂଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନିକଟକୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳ ସଭାପତି ନିମନ୍ତେ ନିର୍ବାଚନ କରିବା ପାଇଁ ଲିଖିତ ଦାବୀପତ୍ର ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ