ସଭାପତି ନିର୍ବାଚନ ପାଇଁ ଚଳଚଞ୍ଚଳ ରାଜ୍ୟ ବିଜେପି କାର୍ଯ୍ୟାଳୟ
ଭୁବନେଶ୍ୱର : ଗୁରୁବାର ବିଜେପିର ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଘୋଷଣା ହୋଇଛି । ଏଥିପାଇଁ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସୁକତା ଦେଖାଦେଇଛି । ରାଜ୍ୟ ବିଜେପିର ମଙ୍ଗ କିଏ ଧରିବ, ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ଏଥର କିନ୍ତୁ ଜଣେ ନୂଆ ମୁହଁକୁ ଦାୟିତ୍ବ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି । ବୁଧବାର ବିଜେପି କାର୍ୟ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଭିଡ଼ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ବୁଧବାର ବିଜେପିର ରାଷ୍ଟ୍ରୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ରାଜ୍ୟ ପ୍ରଭାରୀ ଡ. ଅରୁଣ ସିଂହ ଓ କେନ୍ଦ୍ରୀୟ ନେତା ସୈଦାନ ସିଂହ ବିଜେପି ନେତା ନିର୍ବାଚନ ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି । ତାଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଚଳଚଞ୍ଚଳ ଦେଖାଦେଇଛି ।