ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ। ଅଷ୍ଟମ ଥର ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ନାମାଙ୍କନ ପାଇଁ ୧୦ ଜଣ ପ୍ରସ୍ତାବକ ଓ ୧୦ ଜଣ ସମର୍ଥକ ରହିଥିଲେ । ସେହିପରି ଆଜି ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ୮୦ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୬ ତାରିଖରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ସାଙ୍ଗଠନିକ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ଏହା ପୂର୍ବରୁ ୨୧ ତାରିଖରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାଁ ଘୋଷଣା କରାଯାଇଥିଲା।