ସଭା ସମିତି ରେ ଦେଖା ଦେଉଛନ୍ତି ଜମନକିରା ସରପଞ୍ଚ ଅବହେଳିତ ଜମନକିରା ଗ୍ରାମ ପଞ୍ଚାୟତ

ଜମନକିରା, (ଲିପନ ନାଏକ):ଜମନକିରା ପଞ୍ଚାୟତ ନିର୍ବାଚନରେ ଜିତି ସରପଞ୍ଚ ଭାବେ ଦାଇତ୍ୱ ନେବାକୁ ପ୍ରାୟ ତିନି ବର୍ଷ ହେବାକୁ ଯାଉଥିବା ବେଳେ ସଭା ସମିତି ଛାଡିଦେଲେ ଅନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ରେ ଜମନକିରା ସରପଞ୍ଚ ଯାଜ୍ଞସିନୀ ନାଏକ ଙ୍କ ଦେଖା ମିଳୁନାହିଁ ବୋଲି କହିଛନ୍ତି ରାଧାକୃଷ୍ଣ ପଡ଼ା ନିବାସୀ ଦୁର୍ଗା ଶାସିନୀ। ନିର୍ବାଚନ ଜିତିବା ପରେ ଗ୍ରାମର ଉନ୍ନୟନ ଦାଇତ୍ୱ ସରପଞ୍ଚଙ୍କ କାନ୍ଧରେ ଥିବାବେଳେ ନିଜେ ସରପଞ୍ଚ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନୟନ ମୂଳକ କାର୍ଯ୍ୟକରୁନ ଥିବା ମଧ୍ୟ ଅଭିଯୋଗ ହେଉଛି। ଏପରିକି ସରପଞ୍ଚ ଭାବେ ଯାଜ୍ଞସିନୀ ନାଏକଙ୍କୁ ମଧ୍ୟ ଲୋକେ ଭୁଲି ଗଲେଣି ଏହାର ମୁଖ୍ୟ କାରଣ ସରକାରି ସଭା ସମିତି କାର୍ଯ୍ୟକ୍ରମ ରେ ସରପଞ୍ଚ ଯାଜ୍ଞସିନୀ ନାଏକଙ୍କୁ ଦେଖିବାକୁ ମିଳୁଥିବା ବେଳେ ଗ୍ରାମାଞ୍ଚଳର ଅନ୍ୟୁନ କାର୍ଯ୍ୟକ୍ରମ ରେ ସରପଞ୍ଚଙ୍କ ସ୍ୱାମୀ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି। ବର୍ତମାନ ଲୋକଙ୍କ ସରକାର ବିକଶିତ ଗ୍ରାମ ବିକଶିତ ଓଡିଶା ଭାବେ ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଉଥିବା ବେଳେ ସରପଞ୍ଚ ଙ୍କ ଅବହେଲା ଯୋଗୁଁ ଜମନକିରା ର ସମ୍ପୂର୍ଣ ବିକାଶ ଅଟକି ପଡ଼ିଛି ଏପରିକି ନିଜେ ଠିକା କାମ କରିବାକୁ ଆଗ୍ରହ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୁନାହାନ୍ତି। ଏପରିକି ପଞ୍ଚାୟତ ପକ୍ଷରୁ ରାଧାକୃଷ୍ଣ ପଡ଼ା ନବୀନ ଗଲି ରେ ଡ୍ରେନ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ ଠିକା କାମ କୁ ନେଇ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ ହେଲେ କେବଳ ଏହା ଗୋଟିଏ ନୁହେଁ ଏଭଳି ଅନେକ କାର୍ଯ୍ୟ ସରପଞ୍ଚ ଙ୍କ ସ୍ୱାମୀ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅଟକାଇ ରଖିଛନ୍ତି। ଏଣୁକରି ସମ୍ବଲପୁର ଜିଲ୍ଲା ପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି। ଏ ସମ୍ପର୍କ ରେ ଜମନକିରା ସରପଞ୍ଚ ଯାଜ୍ଞସିନୀ ନାଏକଙ୍କୁ ପଚାରିବାରୁ ଏହାକୁ ଖଣ୍ଡନ କରି କହିଛନ୍ତିକି ପୂର୍ବରୁ ଅନେକ କାମ ହୋଇଛି ଓ ଆସନ୍ତା ମାର୍ଚ୍ଚ ଏପ୍ରିଲ ରୁ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବ ବର୍ତମାନ ସମସ୍ତ ଅଧିକାରୀ ମାନେ ଘର ସର୍ଭେ ପାଇଁ ବ୍ୟସ୍ତ ଅଛନ୍ତି ଆମେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବୁ ବୋଲି କହିଛନ୍ତି।ଲୁଧାପୋଷି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଜମନକିରା (ଲିପନ ନାଏକ ) ଧୂଡିପାଲି ପଂଚାୟତ ଲୁଧପୋଷି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିକାଶ ରଞ୍ଚନ ପୃଷେଠ, ଲକ୍ଷ୍ମୀଧର ପୃଷେଠ,ଚମ୍ପେଶ୍ୱର୍ ପୃଷେଟ୍,ତ୍ରିବିକ୍ରମ ରନା ପ୍ରମୁଖ ଅତିଥି ରୁପେ ଯୋଗ ଦାନ କରି ପିଲାଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସରୋଜ ମାଝୀ ସଭାରେ ସଭାପତିତ୍ବ କରିଥିଲେ । ପୁରାତନ ଛାତ୍ର ଜଗତ ରାମ ସାହୁ ମଞ୍ଚ ପରିଚାଲନା କରିଥବାବେଳେ ଶିକ୍ଷକ ଦୀନବନ୍ଧୁ ଚାର୍ଦିଆ କାର୍ଯ୍ୟକ୍ରମ ସୁପରିଚାଲନା ରେ ସହଯୋଗ କରି ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ