‘ସମକାଳୀନ ଭାରତୀୟ ଦର୍ଶନ’ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡ. ହରିଶ୍ଚନ୍ଦ୍ର ସାହୁଙ୍କ ସମ୍ପାଦିତ ସମକାଳୀନ ଭାରତୀୟ ଦର୍ଶନ (ଉକ୍ଟଦ୍ଭଗ୍ଧରଜ୍ଞକ୍ଟ୍ରକ୍ଟକ୍ସବକ୍ସଚ୍ଚ କ୍ଟଲ ଓଦ୍ଭୟସବଦ୍ଭ ଚଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ) ପୁସ୍ତକଟି ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଇସାନ ପାତ୍ର, ପ୍ରଫେସର ଗଣେଶ ଦାସ, ପ୍ରଫେସର ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି । କୁଳପତି ଇସାନ ପାତ୍ର କହିଥିଲେ ଯେ, ଏ ପୁସ୍ତକ ଦ୍ୱାରା ଦର୍ଶନଶାସ୍ତ୍ର ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହି ପୁସ୍ତକରେ ଭାରତୀୟ ଦର୍ଶନର ଗୁରୁତ୍ୱ ଉପରେ ବର୍ଣ୍ଣନା କରାଯାଇଛି ବୋଲି ପୁସ୍ତକର ସମ୍ପାଦକ ଡଃ ସାହୁ କହିଥିଲେ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ଡଃ ପତିତପାବନ ଦାସ, ଡଃ ରଣଜିତ୍ ଘୋଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।