ସମଗ୍ର କନ୍ଧମାଳ ଜିଲ୍ଲାରେ କରୋନାକୁ ରୋକିବା ପାଇଁ ଜୋରଦାର ପ୍ରୟାସ, ଅମାନିଆଙ୍କୁ ତାଗିଦ୍

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦେଶନାମା ଜାରି ହେବା ପରେ ସମଗ୍ର କନ୍ଧମାଳ ରେ ସତର୍କ ରହିବାକୁ ପୂର୍ବରୁ ଜିଲ୍ଲା, ଉପଖଣ୍ଡ, ବ୍ଲକ ତଥା ଏନଏସି ତରଫରୁ ଘୋଷଣା କରାଯାଇଥିଲା । ଆଜି ସରକାରୀ ଅଧିକାରୀ ସାଧାରଣରେ ସଚେତନତା ସୃଷ୍ଟି କରିବା ସହିତ ଅମାନିଆଙ୍କୁ ତାଗିଦ୍‌ କରିଥିବା ଦେଖିବାକୁ ମିଳିଛି। ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ତହସିଲଦାର ଅବିନାଶ ମାହାର ଜନସାଧାରଣଙ୍କୁ କୋଭିଡ ନିୟମ ମାନିବା ପାଇଁ କହିବା ସହିତ ସାଧାରଣରେ ସଚେତନତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଅମାନିଆଙ୍କୁ ଅଟକ ରଖି ସେମାନେ ତାଗିଦ କରିଥିଲେ ଏବଂ କୋଭିଡ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟଥା ସେମାନଙ୍କ ବିରୋଧରେ କୋଭିଡ୍‌ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ମାସ୍କ ପିନ୍ଧି ବ୍ୟବସାୟ କରନ୍ତୁ, ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରନ୍ତୁ, ଗ୍ରାହକମାନଙ୍କୁ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଜିନିଷ କିଣିବାକୁ ପରାମର୍ଶ ଦିଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ଦୋକାନଗୁଡିକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜ ବ୍ୟବସାୟ ସ୍ଥଳ ଆଗରେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ବୋର୍ଡ ଲଗାଇ ଲୋକଙ୍କୁ ସଚେତନ କରିବାକୁ କହିଥିଲେ। ଅମାନିଆମାନଙ୍କୁ ଆଗକୁ ଉଚିତ ଦଣ୍ଡ ଦିଅଯିବ ବୋଲି ତାଗିଦ କରିବା ସହ ଲୋକଙ୍କୁ ବେଳୁହୁଁ ସାବଧାନ ହୋଇ ରହିବାକୁ ସତର୍କ କରାଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ