ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ ଆରମ୍ଭ :ରାସ୍ତାଘାଟ ଶୂନଶାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସମସ୍ତ ୧୭୮ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପଡ଼ୋଶୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି। ଆଉ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମାସରୁ ପ୍ରତ୍ୟେକ ସପ୍ତାହର ଶନି ଓ ରବିବାର କନ୍ଧମାଳ ଜିଲ୍ଲାକୁ ଜିଲ୍ଲାପାଳ ଡା. ବୃନ୍ଦା ଡି ସଟଡାଉନ୍‌ ଘୋଷଣା କରିଛନ୍ତି। ଆଉ ଏହାର ପ୍ରଭାବ ଆଜି ପ୍ରଥମ ଶନିବାରରେ ଜିଲ୍ଲାରେ ଦେଖିବାକୁ ମିଳିଛି। ଶନିବାର ସକାଳୁ ସଟଡାଉନ୍‌ ଲାଗି ଜିଲ୍ଲାର ସମସ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇଥିବାବେଳେ ଔଷଧ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ବାହାର ଜିଲାରୁ ଆସୁଥିବା ଏବଂ ହଟସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି। ତେବେ ଶଟ୍‌ଡାଉନ ଘୋଷଣା ହେବା ପରେ ଶନିବାର ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ସମସ୍ତ ଦୋକାନ ବଜ଼ାର ବନ୍ଦ ଥିବା ବେଳେ ଶଟ୍‌ଡାଉନରେ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି। ଏହିପରି ସକାଳ ୬ଟାରୁ ଏହି ଶଟ୍‌ଡାଉନ ପାଳନ କରାଯାଉଥିବା ବେଳେ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରା ସଦଳବଳ ଉକ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି। ବାଲିଗୁଡାର ଗାନ୍ଧୀ ଛକ ସମେତ ପୋଷ୍ଟ ଅଫିସ ଛକ, ନେହେରୁ ଛକ, ବଜାର ଛକ, ବସଷ୍ଟାଣ୍ଡ ଛକ, ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରାଯାଇଛି। ସେହିପରି କନ୍ଧମାଳ-ଗଞ୍ଜାମ ସୀମା ଡବେରୀ ଏବଂ କନ୍ଧମାଳ-ଗଜପତି ସୀମା ଝିଜିଂରିଗୁଡ଼ାଠାରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବା ସହ ପାଟ୍ରୋଲିଂ କରାଯାଉଥିବା ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ