ସମଗ୍ର ଦେଶରେ ପାଳିତ ହେଉଛି ବିଶ୍ୱ ଦିନ୍ଦୁ ଦିବସ
ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର ୧୪ କୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଇଥାଏ । ପ୍ରତିବର୍ଷ ଏହିଦିନକୁ ହିନ୍ଦୀ ଦିବସ ରୂପେ ଏଥିପାଇଁ ପାଳନ କରାଯାଇଥାଏ । କାରଣ ୧୯୪୯ ମସିହା ସେପ୍ଟେମ୍ବର ୧୪ରେ ଦେଶର ସମ୍ବିଧାନରେ ରାଷ୍ଟ୍ରୀୟ ଭାଷା ରୂପେ ମାନ୍ୟତା ଦିଆଯାଇଥିଲା । ହିିନ୍ଦିକୁ ରଷ୍ଟ୍ର ଭାଷା କରିବାକୁ ପ୍ରଥମେ ପ୍ରୟାସ କରିଥିବା ସାହିତ୍ୟିକ ରାଜେନ୍ଦ୍ର ସିଂହଙ୍କ ଜନ୍ମ ଦିବସକୁ ହିନ୍ଦି ଦିବସ ଭାବେ ପାଳନ କରାଯାଇଥାଏ । ୧୯୫୩ ମସିହା ଆଜିର ଦିନରେ ପ୍ରଥମ ଥର ପାଇଁ ହିନ୍ଦି ଦିବସ ଭାବେ ପାଳନ କରାଯାଇଥିଲା । ହିନ୍ଦି ଭାଷା ଓ ସାହିତ୍ୟର ଉନ୍ନତ୍ତିକରଣ ନିମନ୍ତେ ରାଜେନ୍ଦ୍ର ସିଂହଙ୍କ ଅବଦାନକୁ ମନେ ରଖିବା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଦିନଟିକୁ ହିନ୍ଦି ଦିବସ ଭାବେ ପାଳନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ।ଏପରିସ୍ଥଳେ ଏହା କୌଣସି ସାଂସ୍କୃତିକ ଭାଷାଠାରୁ ଅଛୁଆଁ ହୋଇ ରହିଯିବା ଯେକୌଣସି ଭାଷା ପାଇଁ ମଧ୍ୟ ମୁସ୍କିଲ ଅଟେ । ୨୦୦ରୁ ଅଧିକ ବର୍ଷ ଧରି ଆମ ଦେଶରେ ଇଂରେଜ ମାନେ ଶାସନ କରିଥିଲେ । ଏହି କାରଣରୁ ହିନ୍ଦୀର ଅନେକ ଶବ୍ଦ ଇଂରାଜୀ ଭାଷାରେ ଏଭଳି ମିଶିଯାଇଛି ଯେ ଲାଗୁଛି ଏହା ହିନ୍ଦୀ ନୁହେ ବରଂ ଇଂରାଜୀ ଭାଷା ଅଟେ ।
ତାହେଲେ ଆସନ୍ତୁ ଜାଣିବା ଏପରି କିଛି ଇଂରାଜୀ ଶବ୍ଦ ଯାହାକି ହିନ୍ଦୀ ଶବ୍ଦରୁ ଆସିଅଛି-
-ଇଂରାଜୀ ଶବ୍ଦ ‘Blighty’ ହିନ୍ଦୀର ‘विलायती’ ଶବ୍ଦରୁ ଆସିଅଛି । ଏହା ପ୍ରଥମ ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ସୈନିକ ମାନଙ୍କ ଦ୍ୱାରା ବ୍ରିଟେନ ଏବଂ ଇଂଲଣ୍ଡ ପାଇଁ ବ୍ୟବହାର କରାଯାଇଥିଲା ।
-ସେହିପରି ଇଂରାଜୀ ଶବ୍ଦ ‘Chit’ ହିନ୍ଦୀର ‘चिट्ठी’ ଶବ୍ଦରୁ ଆସିଅଛି । ଏଠାରେ ପତ୍ରକୁ ଚିଠି କୁହାଯାଇଥାଏ ।
-ଇଂରାଜୀ ଶବ୍ଦ ‘Bangle’ ହିନ୍ଦୀର ‘बंगली ‘ ଶବ୍ଦରୁ ଆସିଅଛି ଯାହାର ଅର୍ଥ ହେଉଛି ଚୁଡ଼ି ।
-ଇଂରାଜୀ ଶବ୍ଦ ‘Krait’ ହିନ୍ଦୀର ‘करैत’ ଶବ୍ଦରୁ ଆସିଅଛି । ଏହା କୋବ୍ରା ପରିବାରର ଏକ ବିଷାକ୍ତ ସାପ ଅଟେ ।
-ଠିକ ସେହିପରି ଇଂରାଜୀ ଶବ୍ଦ ‘Cowrie’ ହିନ୍ଦୀର ‘कौड़ी’ ଶବ୍ଦରୁ ଆସିଅଛି ।
-ଇଂରାଜୀ ଶବ୍ଦ ‘Shampoo’ ହିନ୍ଦୀର ‘चंपू’ ଶବ୍ଦରୁ ଆସିଅଛି । ଏହାର ଅର୍ଥ ମସାଜ କରିବା ହୋଇଥାଏ ଏବଂ ଇଂରାଜୀରେ ଏହାର ବ୍ୟବହାର ସେହି ତରଳ ପଦାର୍ଥ ପାଇଁ କରାଯାଇଥାଏ ଯାହାଦ୍ୱାରା ମୁଣ୍ଡ ଧୁଆ ଯାଇଥାଏ ।
– ଇଂରାଜୀର ‘Chutney’ ହିନ୍ଦୀର ‘चटनी’ ଶବ୍ଦରୁ ହୋଇଛି ।
-ଇଂରାଜୀ ଶବ୍ଦ ‘Shawl’ ହିନ୍ଦୀର ‘शाल’ ଶବ୍ଦରୁ ଆସିଅଛି ଯାହାକୁକି ସାଧାରଣତଃ ଶୀତଋତୁରେ ବ୍ୟବହାର କରାଯାଇଥାଏ ।
-ଠିକ ସେହିପରି ଇଂରାଜୀ ଶବ୍ଦ ‘Cheetah’ ହିନ୍ଦୀର ‘सीटा’ ଶବ୍ଦରୁ ଆସିଅଛି
-ଇଂରାଜୀ ଶବ୍ଦ ‘kedgeree’ ହିନ୍ଦୀର ‘खिचड़ी’ରୁ ଉଦ୍ଧୃତ । ଏହାଏକ ୟୁରୋପୀୟନ ଖାଦ୍ୟ ଅଟେ ଯାହାକି ମାଛ, ଚାଉଳ ଏବଂ ସିଝା ଅଣ୍ଡା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।
– ଇଂରାଜୀ ଶବ୍ଦ ‘Mahout’ ହିନ୍ଦୀର ‘महावत’ ଶବ୍ଦରୁ ଆସିଅଛି । ମହାବତ ସେହି ବ୍ୟକ୍ତିଙ୍କୁ କୁହାଯାଇଥାଏ ଯିଏ ହାତୀ ଚଳାଇଥାନ୍ତି ।
-ଇଂରାଜୀ ଶବ୍ଦ ‘Dungaree’ ହିନ୍ଦୀର ‘डूंगरी’ ଶବ୍ଦରୁ ହୋଇଅଛି । ଡୁଙ୍ଗରି ମୁମ୍ବାଇର ସେହି ଜିଲ୍ଲା ଅଟେ ଯେଉଁଠି ଡଙ୍ଗରି ପାଇଁ କପଡା ପ୍ରସ୍ତୁତ କରାଯାଇଥାଏ ।
-ଇଂରାଜୀର ‘Bunglow’ ହିନ୍ଦୀର ‘बंगला’ ଶବ୍ଦରୁ ଆସିଅଛି । ଏହାର ଅର୍ଥ ହେଉଛି ବିଳାସପୂର୍ଣ୍ଣ ଘର ।