ସମଝୌତା ଏକ୍ସପ୍ରେସ୍ ବାତିଲ ଯୋଗୁଁ ଲହୋରରେ ଅଟକିଛନ୍ତି ଭାରତୀୟ ଯାତ୍ରୀ
ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଫଳରେ ପାକିସ୍ତାନ ସମଝୌତା ଏକ୍ସପ୍ରେସ୍ ଟ୍ରେନକୁ ରଦ୍ଧ କରି ଦେଇଛି ପାକିସ୍ତାନ ସରକାର ଫଳରେ ପାକିସ୍ତାନରୁ ଭାରତ ଆସିବାକୁ ଥିବା ପାଖାପାଖି ସମଝୌତା ଏକ୍ସପ୍ରେସ୍ ବାତିଲ ଯୋଗୁଁ ଲହୋରରେ ଅଟକିଛନ୍ତି ଭାରତୀୟ ଯାତ୍ରୀ୩୫ ଭାରତୀୟ ଲାହୋରଠାରେ ଫଶି ରହିଥିବା ସୂଚନା ମିଳିଛି। ସପ୍ତାହକୁ ମାତ୍ର ୨ ଦିନ ଏହି ଟ୍ରେନ୍ ଚଳାଚଳ କରୁଥିବା ବେଳେ ଏପଟେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ଅଧିକାଂଶଙ୍କର ଭିଜା ଅବଧି ମାର୍ଚ୍ଚ ୨ ପର୍ୟ୍ୟନ୍ତ ରହିଛି। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏମାନେ କିପରି ଭାରତରେ ପହଞ୍ଚିବେ ତାକୁ ନେଇ ଏବେ ଚିନ୍ତା ବଢିଯାଇଛି।