ସମଣାରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ
ହାଟଡିହି, (ବିକାଶ ବିଶ୍ୱାଳ ) :ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସମଣା ପଞ୍ଚାୟତରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସାଧାରଣ ସମ୍ପାଦକ ଅଧର ବେହେରା ଓ ଯୁବମୋର୍ଚ୍ଚା ସଭାପତି ଆଲୋକ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ମଣ୍ଡଳ ସଭାପତି ବଳଭଦ୍ର ବାରିକ ସଭାପତିତ୍ୱ କରିଥିଲେ । ଏଥିରେ ଆନନ୍ଦପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ନମାମୀ ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞ୍ୟାନ ରଞ୍ଜନ ସାମନ୍ତ ସିଂହାର, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ବିଜେପିର ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ମୋଦୀ ସରକାରଙ୍କ ସୁଶାସନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମର ପାଖାପାଖି ପାଞ୍ଚଶହରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀ ମୋଦୀଜୀଙ୍କ ନୀତି ଆଦର୍ଶ ଓ ଆଲୋକ ସେଠୀଙ୍କ ନେତୃତ୍ୱକୁ ସମର୍ଥନ କରି ବିଜେପିରେ ସାମିଲ ହୋଇଥିଲେ । ଦଳୀୟ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଜ୍ଞାନେନ୍ଦ୍ର ଜେନା ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ ସଭାପତି ଆଲୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।