ସମଣା ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା
ହାଟଡ଼ିହି : ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ଯୁଦ୍ଧକାଳୀନ ଭିତିରେ ଖୋଲାଯାଉଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ରହିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସମଣା ପଞ୍ଚାୟତର ବାହାରିପୁର ହାଇସ୍କୁଲ ଠାରେ ତିନୋଟିି ୱାର୍ଡ ଖୋଲାଯାଇ ୫୦ଟି ବେଡ ପକାଯାଇଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ, ଇନଭଟର, ଫ୍ୟାନ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ, ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଆରଏସ ବିଷ୍ଣୁ ଚରଣ ସାହୁ, ୱାର୍ଡ ସଭ୍ୟ ସୁଲେଖା ଜେନା, ସଞ୍ଜୁକ୍ତା ସାହୁ ପ୍ରମୁଖ ଉପସ୍ଥିତ ରହି ଯେଉଁ ସନ୍ଦିଗ୍ଧମାନେ ଠାବ ହେବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ କିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରୁଛନ୍ତି ।


