ସମତଳ ହେଉନି ମାଟି, ରାସ୍ତା ସାରା କାଦୁଅ, ଯାଆସ କରି ପାରୁନାହାନ୍ତି ଲୋକେ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ-ଛତାବର ଭାୟା ମଞ୍ଜୁରୀରୋଡ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ଜମା ହୋଇ ରହିବା ଫଳରେ ରାସ୍ତା ସାରା କାଦୁଅ ଜମି ରହିଛି । ଫଳରେ ସାଧାରଣଲୋକେ ଯିବା ଆସିବା କରିବା କଷ୍ଟକର ହେବା ସହ ଲୋକେ ଦୁର୍ଘଟଣାରେ ଶୀକାର ହେଉଛନ୍ତି । ପ୍ରକାଶ ଯେ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନିଳୋକ-ଛତାବର ଭାୟା ମଞ୍ଜୁରୀରୋଡ ରାସ୍ତାର ଉନ୍ନତିକରଣ ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ଦାୟୀତ୍ୱ ନେଇଥିବା ସମ୍ପୃକ୍ତ ଠିକାଦାର ଗତ ଡିସେମ୍ବର ଠାରୁ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ପକା କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ୪ ମାସ ହେବ ଏହି ମାଟି ପକା କାର୍ଯ୍ୟ ଚାଲୁଥିବା ବେଳେ ବହୁ ସ୍ଥାନରେ ପକା ଯାଇଥିବା ମାଟିକୁ ସମତଳ କରାଯାଇନାହିଁ । ନିଳୋକ ବଜାର ଠାରୁ ଛଞ୍ôଚଣା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ପକାଯାଇଥିବା ବେଳେ ଏହାକୁ ସମତଳ କରାଯାଇନାହିଁ । ଏବେ ବର୍ଷା ହେବା ଯୋଗୁ ପିଚୁ ରାସ୍ତା ମଝିରେ କାଦୁଅ ଓ ପାଣି ଜମି ରହିଛି । ଫଳରେ ଉକ୍ତ ରାସ୍ତାରେ ଲୋକ ମାନେ ଯାତାୟତ କରି ପାରୁନାହାନ୍ତି । ରାସ୍ତା କାଦୁଅ ହୋଇଥିବା ଯୋଗୁ ଲୋକମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି । ସେହିପରି ଉକ୍ତ ରାସ୍ତା ଦେଇ ପ୍ରାଥମିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ନାଆଁମୀ କଲେଜକୁ ଛାତ୍ରୀଛାତ୍ର ମାନେ ଯାତାୟତ କରିପାରୁନାହାନ୍ତି । ସ୍ଥାନୀୟ ଲୋକ ମାନେ ଏନେଇ ଅଭିଯୋଗ କରୁଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ରାସ୍ତାର ନିର୍ମାଣ ଦାୟୀତ୍ୱ ନେଇଥିବା ଠିକାଦାରର ଏତାଦୃଶ କାର୍ଯ୍ୟକୁ ଲୋକ ମାନେ ବିରୋଧ କରୁଛନ୍ତି । ଏ ସମ୍ପର୍କରେ ଭଦ୍ରକ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କୁ ପଚାରିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ମାଟି ସମତଳ କରାଯିବା ପାଇଁ କୁହାଯାଇଛି । ତେବେ ଖୁବ୍ ଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ