ସମତା ସ୍ପୋର୍ଟସ କ୍ଲବ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ସ୍ଥାନୀୟ ଡୋଭା ଗ୍ରାମର ସମତା ସ୍ପୋର୍ଟସ କ୍ଲବ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଗ୍ରାମର ଖେଳ ପଡିଆର ଉନ୍ନତି ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଡୋଭା ଗ୍ରାମ ନିବାସୀ ବିଶିଷ୍ଟ କ୍ରୀଡା ଶିକ୍ଷକ ଉମାକାନ୍ତ ବେହେରାଙ୍କ ନେତୃତ୍ବରେ କ୍ଲବ ପକ୍ଷରୁ ସଭାପତି ବୋଲହରି ମାହାକୁଡ, ଉପ ସଭାପତି ନରେଶ ବେହେରା,ସମ୍ପାଦକ ରଘୁନାଥ ବେହେରା,ସହ ସମ୍ପାଦକ ପ୍ରତାପ ଚନ୍ଦ୍ର ହାଁସଦାଃ ପ୍ରମୁଖ ମିଳିତ ଭାବରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।୧୯୯୪ ମସିହା ରେ ପ୍ରତିଷ୍ଠା ଲାଭ କରିଥିବା ସମତା ସ୍ପୋର୍ଟସ କ୍ଲବ ପ୍ରତି ବର୍ଷ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜନ କରି କ୍ରୀଡାର ଉନ୍ନତି ନିମନ୍ତେ କାର୍ୟ୍ୟ କରିଆସୁଅଛି । ସେଥି ନିମନ୍ତେ ଗ୍ରାମ୍ୟ ଖେଳ ପଡିଆର ଉନ୍ନତି , ତୋରଣ ନିର୍ମାଣ, ଗ୍ୟାଲେରୀ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀ ମାନେ ସମତା ସ୍ପୋର୍ଟସ କ୍ଲବ ମାଧ୍ୟମରେ ଦାବି ଉପସ୍ଥାପନ କରିଛନ୍ତି ।


