ସମଥିତ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ବିଧାୟକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତସ୍ଥିତ ଘୋଡେଶ୍ୱର ମହାଦେବ ମନ୍ଦିର ପରିସରରେ ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ପୌରୋହିତ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ସମସ୍ତ କର୍ମୀ ଏକତ୍ରିତ ହୋଇ ଦଳୀୟ ସମର୍ଥିତ ପ୍ରାର୍ଥୀମାନଙ୍କୁ ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ । ଘରକୁ ଘର ବୁଲି ଜନସାଧାରଣଙ୍କ ପ୍ରିୟଭାଜନ ହେବାକୁ ପ୍ରାର୍ଥୀମାନଙ୍କୁ ବିଧାୟକ ଆହ୍ୱାନ ଦେଇଥିଲେ । ଅସନ୍ତୁଷ୍ଟ ରହିଥିବା କର୍ମୀ ମାନଙ୍କ ସମସ୍ୟା ଯଥାଶୀଘ୍ର ସମାଧାନ କରାଯିବାର ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହି ବୈଠକରେ ତାଙ୍କ ସହିତ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ଜିଲ୍ଲା ବିଜେଡି ଉପସଭାପତି ନଟବର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସାଂସଦଙ୍କ ପ୍ରତିନିଧି ଅଜୟ ମହାନ୍ତି, ଯୁବନେତା ପ୍ରଦୀପ୍ତ ସ୍ୱାଇଁ, ବ୍ଲକ ବିଜେଡି ଉପସଭାପତି ନିଲୁ ପରିଡା, ଯୁବ ସଭାପତି ପ୍ରତ୍ୟୁଷ ପରିଡା, ୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅମିତା ସ୍ୱାଇଁ,୨ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ପରିଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ଘୋଡାଂଶ ପଂଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ଏଲିନା ଦାସଙ୍କ ସମେତ ୧୬ଟି ପଂଚାୟତର ବିଜେଡି ସମଥିତ ସରପଂଚ ଓ ସମିିତ ସଭ୍ୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତିତ କୋରୁଅ ସରପଂଚ ଅରଣ୍ୟ ନାୟକ, ଜିଲ୍ଲା ଛାତ୍ର ଉପସଭାପତି ଆଲୋକ ରଂଜନ ମହାନ୍ତି,ଅଲଣା ସମିତି ସଭ୍ୟ ମନ୍ମଥ ଓଝା, ଘୋଡାଂଶ ପଂଚାୟତର ବିଜେଡି ସଭାପତି ଶିଶିର ନାୟକ, ଜାମୁଗାଁର ଅନୁପ ମହାନ୍ତିଙ୍କ ସମେତ ଅନ୍ୟ ପଂଚାୟତର ବିଜେଡି ସଭାପତିମାନେ ମଧ୍ୟ ଉପସ୍ଥିତ ଥିଲେ ।