ସମନ୍ବିତ ଚାଷ କରି ଚର୍ଚ୍ଚାରେ ହର ଗୌରୀ ସ୍ବୟଂ ସହାୟୀକ ଗୋଷ୍ଠୀ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମହିଳା ମାନେ ଚାଷୀ ହୋଇପାରନ୍ତି, ମହିଳାବି ଚାଷ କରି ସ୍ୱବଲମ୍ବୀ ହୋଇ ପାରନ୍ତି, ଏହି ଉକ୍ତି କୁ ପ୍ରତିପାଦିତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗିରିକାନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଥିବା ହର ଗୌରୀ ମହିଳା ସ୍ଵୟଂ ସହାୟୀକ ଗୋଷ୍ଠୀ I ଗତ କିଛି ବର୍ଷ ଧରି ସମନ୍ବିତ ଚାଷ ମାଧ୍ଯମରେ ୧୦ ଜଣ ମହିଳା ଏହି ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ଯମରେ ସ୍ଵାବଲମ୍ବୀ ହେବା ସହ ନିଜ ପରିବାରର ଆର୍ଥିକ ଅବସ୍ଥାକୁ ସ୍ଵଚ୍ଛଳ କରିପାରିଛନ୍ତି । ଏହି ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଗୌରୀ ଗାଇନ ଓ ସମ୍ପାଦୀକା ମାଳତୀ ତେଜାବତ ଅବଶିଷ୍ଟ ଆଠ ଜଣ ସଦସ୍ୟା ଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ପନିପରିବା ଓ ତୈଲ ଜାତୀୟ ଶସ୍ୟର ଆବଶ୍ୟକ‌ତା ପୂରଣ କରିବା ପାଇଁ ଚାଷ କରିବାକୁ ନିଷ୍ପରି ନେଇଥିଲେ। ଏଥିପାଇଁ ୬ ଜଣ ସଦସ୍ୟାଙ୍କ ପ୍ରାୟ ୧୫ ଏକର ଜମିରେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ପନିପରିବା, ସାରୁ, ଚୀନାବାଦାମ ଆଦି ଚାଷ କରିଛନ୍ତି I ପ୍ରତିଦିନ ଘର କାମ ସାରି ଏହି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଲକୁ ଯାଇ ଦୈନିକ ୩ ରୁ ୪ ଘଣ୍ଟା ସମୟ ବ୍ୟୟ କରି ଏହି ଚାଷ କରିବା ସହ ସ୍ଥାନୀୟ ଅଞ୍ଚଳର ପନିପରିବା ଓ ତୈଲଜାତ ଦ୍ରବ୍ୟର ଆବଶ୍ୟକ‌ତା ପୂରଣ କରୁଛନ୍ତି। ଏଥିସହ ଅବସର ସମୟରେ ଏହି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସିଲେଇ ମେସିନ ଚଳାଇ ସ୍ଥାନୀୟ ସ୍କୁଲ, ବିଭିନ୍ନ ଗୋଷ୍ଠୀର ମହିଳା ଓ ୟୁନିଫର୍ମ ସିଲେଇ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି। ଏଥିପାଇଁ ଓଡିଶା ଜିବିକା ମିଶନ, ମିଶନ ଶକ୍ତି ସହଯୋଗରେ ୯ ଲକ୍ଷ ଓ ସିଆଇଏଫ ଫଣ୍ଡରୁ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟାଙ୍କ ରୁଣ କରି ଏହାର ସଦ୍ ଉପଯୋଗ କରି ହର ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜକୁ ସ୍ଵାବଲମ୍ବୀ କରିପାରିଛନ୍ତି I ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ଓଡିଶା ଜିବିକା ମିଶନ ଓ ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ କାଁଭାଁ କେତୋଟି ସ୍ଥାନରେ ହର ଗୌରୀ ସ୍ଵୟଂ ସହାୟକ ଗୋଷ୍ଠୀ ଭଳି ମହିଳା ସଂଗଠନ ନିଜକୁ ପ୍ରତିଷ୍ଠିତ କରାଇ ପାରୁ ଛନ୍ତି। ତେଣୁ ମହିଳାଙ୍କୁ ସ୍ଵାବଲମ୍ବୀ ପାଇଁ ମିଶନ ଶକ୍ତି ପକ୍ଷ୍ୟରୁ ଏଭଳି ଅନେକ କେସଷ୍ଟଡି ସୃଷ୍ଟି କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ‌ତା ରହିଛି ବୋଲି ବୁଦ୍ଧିଜୀବି ମହଲରେ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ