ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମରେ ସାମାଜିକ ସଚେତନତା
ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ତତ୍ତ୍ୱାବଧାନରେ କଲେଜ ପକ୍ଷରୁ ସାମାଜିକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କଲେଜରୁ ବାହାରି ମଥୁରା ଗ୍ରାମ ପଞ୍ଚାୟତ ରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ ଓ ପ୍ରିନ୍ସପାଲ ଶ୍ରୀ ବେହେରା ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା ଓ ସଫେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀ ବୃନ୍ଦ ମଥୁରା ହାଇ ସ୍କୁଲ, ହାଇସ୍କୁଲ ନିକଟ ପୋଖରୀ ଓ ରାସ୍ତା କଡ଼ ସଫା କରିବା ସହ ଗ୍ରାମବାସୀଙ୍କୁ ସ୍ୱଚ୍ଛତା ଓ ପରିମଳ ଉପରେ ସଚେତନ କରିଥିଲେ। ଅପରାହ୍ନରେ ଛାତ୍ରଛାତ୍ରୀ ବୃନ୍ଦ ପୋଲସରା ଏନଏସିରେ ଶୋଭାଯାତ୍ରାରେ ଯାଇ ପ୍ଲାଷ୍ଟିକ ବର୍ଜନ କରିବାକୁ ଜନସଚେତନତା କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି, ଯୁବ ରେଡକ୍ରସ ପରାମର୍ଶ ଦାତା ବିଶ୍ଵନାଥ ଚୌଧୁରୀ , ନୋଡାଲ ଅଫିସର ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ପ୍ରମୋଦ କୁମାର ରଥ ଓ ଅନିଲ କୁମାର ଦାସ ଏବଂ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ନେତ୍ତୃତ୍ୱ ନେଇଥିଲେ।


