ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ପୋଷଣ ମାସ ପାଳନ

ଭଞ୍ଜନଗର,(ସନ୍ତୋଷ  କୁମାର ଜେନା):ପୁଷ୍ଟିକର ଖାଦ୍ୟ ହେଉଛି ଖାଦ୍ୟ ଗ୍ରହଣ ଏବଂ ଏହାକୁ ଶକ୍ତି ଏବଂ ଜୀବନ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱରେ ପରିଣତ କରିବାର ପ୍ରକ୍ରିୟା। ପୁଷ୍ଟିକର ପ୍ରକ୍ରିୟାରେ ଜୀବମାନେ ପୋଷକ ତତ୍ତ୍ୱ ବ୍ୟବହାର କରନ୍ତି। ଅସ୍ୱାସ୍ଥ୍ୟକର ଏବଂ ଅପୁଷ୍ଟିକର ଫାଷ୍ଟଫୁଡ୍‌ ଓ ଜଙ୍କ ଫୁଡ୍‌ ଖାଇବା ଲୋକଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଫଳରେ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧ ରୁ ୩୦ ତାରିଖ ଯାଏଁ ଜାତୀୟ ପୋଷଣ ସପ୍ତାହ ଭାବେ ପାଳନ କରାଯାଏ। ସମନ୍ୱିତ ମହିଳା ଏବଂ ଶିଶୁ ବିକାଶ ପ୍ରକଳ୍ପ, ଜଗନ୍ନାଥ ପ୍ରସାଦ ଦ୍ଵାରା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ଗାୟାଗଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ଗାୟାଗଣ୍ଡା ସେକ୍ଟର ସ୍ତରୀୟ ପୋଷଣ ଦିବସ ପାଳନ କରାଯାଇଛି। ଏହି ସଭାରେ ରକ୍ତହୀନତା ବିଷୟରେ ସଚେତନ ହେବା, ଶିଶୁର ନିରୀକ୍ଷଣ କରିବା ସହ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ ହେବା ସହ ଦୈନନ୍ଦିନ ଜୀବନରେ ବିବିଧତା ଆଣିବା ଉପରେ ଆଲୋଚନା କରାଯାଇଥିଲା ଏବଂ ନୂତନ ଭାବେ ଜନ୍ମ ଦେବାକୁ ଯାଉଥିବା ଗର୍ଭବତୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ। ତେଣୁ ନିଜ ଖାଇବା ଥାଳିରେ ଶସ୍ୟ ଜାତୀୟ ଖାଦ୍ୟ, ଶ୍ଵେତସାର ଯୁକ୍ତ ପରିବା, ଦୁଗ୍ଧଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, ଶାଗ ଓ ସବୁଜ ପନିପରିବା ଓ ବିଭିନ୍ନ ଫଳ ଖାଇବା ଉପରେ ସମସ୍ତଙ୍କୁ ବୁଝା ଯାଇଥିଲା। ତତ୍ ସହିତ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସଭା ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର ସୁଜିତ କୁମାର ସିଂହ ଭଗବାନ ଙ୍କ ପାଖରେ ପ୍ରଦୀପ ଜଳାଇ ଆବାହନ କରିଥିଲେ ଓ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଅରୁଣିମା ମହାପାତ୍ର ଙ୍କ ସୁମଧୁର କଣ୍ଠରୁ ଏକ ଭଜନ ଦ୍ଵାରା ଆରମ୍ଭ ହୋଇଥିଲା। ଏହି ସଭାରେ ସୁପର୍ଭାଇଜର ସନ୍ତୋଷିନି ସେଠୀ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର ସୁଜିତ କୁମାର ସିଂହ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁଜୀ ପ୍ରକାଶ ନାୟକ, ଗାୟାଗଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଵଂ ଗ୍ରାମ ବିକାଶ ବିଦ୍ୟା ବିହାରର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ