ସମବାୟ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଥିବା ଵିଭିନ୍ନ ସମବାୟ ସମିତି ଗୁଡିକର କାର୍ଯ୍ୟକୁ ଆଜି ଜିଲ୍ଲା ଅଧିକାରୀ ତଦାରଖ କରିଛନ୍ତି। ସଂପ୍ରତି ଧାନ ପଞ୍ଜିକରଣ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀ ମାନେ ସମିତି କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ସମବାୟ ବିଭାଗ ଏଆରସିଏସ ପ୍ରାଚୀତା ଜେନା ଓ ଏସଆରସିଏସ ବସନ୍ତ ରଣା ବ୍ଲକର ସରସଦା, ରହଣିଆ, ମାଳଦା, ବାଲିପୋଖରୀ ପ୍ରମୁଖ ସମବାୟ ସମିତିକୁ ଆଜି ପରିଦର୍ଶନ କରିଥିବା ବେଳେ ପଞ୍ଜିକରଣ ଏବଂ ଫସଲ ବୀମା କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ସମ୍ପାଦକ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ