ସମବାୟ ନିର୍ବାଚନକୁ ନେଇ ହିସାଂ : ୨ ଆହତ
ହାଟଡିହି, (ବିକାଶ ବିଶ୍ୱାଳ) :-ସମବାୟ ନିର୍ବାଚନ ଫଳାଫଳ ଘୋଷଣା ପରେ ସଢ଼ାରେ ହିସାଂକାଣ୍ଡ ଘଟି ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛଇ ଯେ ଆଜି ସନ୍ଦ୍ୟାରେ ସଢ଼ା ସମବାୟ ସମିତି ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଗୋଟିଏ ଗୋଷ୍ଠୀର ୪ଜଣ ଓ ଭିନ୍ନ ଏକ ଗୋଷ୍ଠୀର ୧୧ଜଣଙ୍କ ବିଜୟ ହୋଇଥିଲା । ୧୧ଜଣିଆ ବିଜୟୀ ଗୋଷ୍ଠୀର ନାହା ଗ୍ରାମର ବସନ୍ତ ମହାନ୍ତି ଓ ଅନିରୁଦ୍ଧ ଧଳ ବାଇକ ଯୋଗେ ଗାଁକୁ ଫେରୁଥିବା ସମୟରେ ସଢ଼ା ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ନାହା ଗ୍ରାମର ବସନ୍ତ ଓ ଅନିରୁଦ୍ଧ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ହାଟଡିହି ଦମକଳ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।


