ସମବାୟ ନିର୍ବାଚନ କଥା ଭୁଲିଗଲେଣି ସରକାର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭୁଲିଯାଇଥିବାଭଳି ମନେହୁଏ । ସୂଚନା ମୁତାବକ ୨୦୨୦ମସିହା ଆରମ୍ଭରୁ ଓଡିଶା ସାରା ଥିବା ସମସ୍ତ ସମବାୟ ସମିତି ଗୁଡିକର ପରିଚାଳନା କମିଟି କାର୍ଯ୍ୟକାଳ ସରିଯାଇଛି । ଏହିପରିପ୍ରେକ୍ଷୀରେ ମଧ୍ୟ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ପ୍ରାୟ ୨୦୦ସମବାୟ ସମିତିର ପରିଚାଳନା କମିଟି କାର୍ଯ୍ୟ ସରିଥିବାବେଳେ ଏହାର ନିର୍ବାଚନ ପାଇଁ ସରକାର ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ସମିତି ଗୁଡିକର ଋଣ ଆଦାୟ, ଚାଷୀ ସମସ୍ୟା ଓ ଧାନକ୍ରୟ ସମ୍ବନ୍ଧରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ବର୍ତ୍ତମାନ ସମସ୍ତ ସମବାୟ ସମିତିର ପରିଚାଳନା ଦାୟିତ୍ୱ ସରକାରୀ ସ୍ତରରେ ହେଉଥିବାବେଳେ ପରିଚାଳନା କମିଟି ନଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଳମ୍ବ ଘଟୁଛି । କେଉଁ ଉଦ୍ଦେଶ୍ୟରେ ସରକାର ସମବାୟ ନିର୍ବାଚନ ପ୍ରତି ଆନ୍ତରିକତା ଦେଖାଉନାହାଁନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଗ୍ରାମାଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ଆର୍ଥିକ ବିକାଶରେ ଏହା ପ୍ରଭାବ ପକାଉଥିବା ଜଣାପଡିଛି । ସରକାର ଏହା ଉପରେ ତୁରନ୍ତ ଦୃଷ୍ଟିଦେଇ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ବୃଦ୍ଧିଜୀବି ମାନେ ମତଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ