ସମବାୟ ବ୍ୟାଙ୍କ ତରଫରୁ କୃଷି ଋଣ ମେଳା ଅନୁଷ୍ଠିତ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): କୁଷପୋଲି ଗ୍ରାମରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବେଲଗୁଣ୍ଢା ଶାଖା ଆନୁକୁଲ୍ୟରେ ଏକ କୃଷି ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ଶାଖା ପରିଚାଳକ ମନୋଜ କୁମାର ବିଷୋୟୀଙ୍କ ସଂଯୋଜନାରେ ହୋଇଥିବା ଅନୁଷ୍ଠାନ ମେଳାକୁ କେନ୍ଦ୍ର ନିର୍ଦେଶକ ବ୍ରଜେନ୍ଦ୍ର କୁମାର ବିନ୍ଧାଣୀରା ଉଦ୍ଘାଟନ କରିବା ସହ ସମବାୟ କେନ୍ଦ୍ରକୁ କିପରି ଲୋକାଭିମୁଖି କରାଯାଇପାରିବ ସହ କିପରି ସମିତି ଗୁଡିକର କିପରି ସୁଚାରୁରୁପେ ଦାଇତ୍ୱ ତୁଲାଇ ହେବ ସେ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିରୁପେ ସହକାରୀ ନିର୍ଦେଶକ ଏକ୍ ବିଜୟ କୁମାର ଦାସ,ସୂର୍ଯ୍ୟକାନ୍ତ ନାୟକ ,ସଭାପତିତ୍ୱ କରିଥିବାବେଳେ ସମିତିର ସଂପାଦକ ବିଘ୍ନେଶ୍ୱର ଗୈାଡ ଧଡ୍ୟବାଦ ଅର୍ପଣ କରିଥିଲେ ।ଏହା ସହ ମେଳାରେ ରବିନ୍ଦ୍ର ସ୍ୱାଇଁ ,ବଳରାମ ଗୈାଡ,ଦିପକ କୁମାର ବିଷୋୟୀ,ଓ ତ୍ରୀନାଥ ପାତ୍ରଙ୍କ ସମେତ ବିଭାଗୀୟକର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ