ସମବାୟ ବ୍ୟାଙ୍କ ନିର୍ବାଚନରେ ବିଜୟ ନିର୍ଦ୍ଦେଶକ ଓ ସଭାପତିଙ୍କୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମନଗର ହାଇଟେକ ପ୍ଲାଜା ବିଜେଡ଼ି ନିର୍ବାଚନ କାର୍ଯ୍ୟାଳୟ ଠାରେ ସମବାୟ ବ୍ୟାଙ୍କ ନିର୍ବାଚନରେ ନିର୍ବାଚିତ ହୋଇଥିବା ପାରଳାଖେମୁଣ୍ଡି ସମବାୟ ସଭାପତି ଏ. ଶଙ୍କରୀ , ଉପସଭାପତି ଓ ସମସ୍ତ ନିର୍ଦ୍ଦେଶକ ପ୍ରତିନିଧି ମାନଙ୍କୁ ଗଜପତି ଜିଲ୍ଲାର ବରିଷ୍ଟ ନେତା ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଳ ଓ ଜିଲ୍ଲାର ବରିଷ୍ଟ ନେତା ପ୍ରମୁଖ ଗଣ ବିଜୟୀ ସମ୍ବର୍ଦ୍ଧନା ଜଣେଇଛନ୍ତି ।


