ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ସମିତି ଅଧିନ ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଟିଲୋ ସେବା ସମବାୟ ସମିତିରେ ପ୍ରାକ୍ତନ ସଭାପତି ବିଜୟ କୁମାର ନାୟକ ଉଦ୍ଘାଟନ କରିଥିଲେ । ଏଥିରେ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କର୍ମଚାରୀ ପର୍ଶୁରାମ ପାତ୍ର, ଡିଇଓ ପ୍ରତାପ ନାୟକ, ଚାଷୀ କମିଟିର ସଭ୍ୟ ସତ୍ୟାନନ୍ଦ ବେହେରା, ପ୍ରବୀର ରାଉତ, ପ୍ରଭାସ ସାହୁ, ପଙ୍କଜ ସାହୁ, ଅର୍ଜ୍ଜୁନ ପଣ୍ଡା, ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ଚାଷୀ ସଂଗ୍ରାମ କେଶରୀ ଜେନା, ପଞ୍ଚାନନ ପୃଷ୍ଟି, ଗୌରହରି ବେହେରା, ପୀତବାସ ରାଜ, ଉପସହକାରୀ ନିବନ୍ଧକ ସତ୍ୟ ପ୍ରକାଶ ସେଠୀ, ଏଆରସିଏସ ସଦାନନ୍ଦ ବେହେରା, ସମବାୟ ନିରୀକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା, ଆର.ଏମ୍.ସି ସଂପାଦକ ଶକ୍ତିଧର କାଣ୍ଡି, ବିବିସିସି ବ୍ୟାଙ୍କ ବନ୍ତ ଶାଖା ପରିଚାଳକ ରାମ ନାରାୟଣ ମହାନ୍ତି ଯୋଗ ଦେଇଥିଲେ । ଚାଇଁପୁର ସେବା ସମବାୟ ସମିତିର ଧାନମଣ୍ଡିକୁ ପ୍ରାକ୍ତନ ସମିତି ସଭାପତି ସୂର୍ଯ୍ୟ ନାରାୟଣ ଜେନା ଉଦ୍ଘାଟନ କରିଥିଲେ । ଏଥିରେ ସଂପାଦକ ଦୀନବନ୍ଧୁ ସାମଲ, କର୍ମଚାରୀ ସୁଶୀଲ ଦାଶ, ଅଭୟ ପତି, ଚାଷୀ କମିଟିର ସଭ୍ୟ କୌଶିକ୍ ଜେନା, ରତିକାନ୍ତ ବାରିକ, ପ୍ରମୋଦ ବିଶ୍ୱାଳ, ରବି ନାରାୟଣ ଜେନା, ଅଜୟ ନାୟକ, ଚାଷୀ ଜ୍ୟୋତି ରଂଜନ ନାୟକ, ବିଜୟ ମଜୁମଦାର ଉପସ୍ଥିତ ଥିଲେ । ସେହିପରି ପଧାନପଡା ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏଥିରେ ବ୍ଲକ ତଥା ଜିଲାର ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ସମିତିର ସଂପାଦକ ନାରାୟଣ ଚନ୍ଦ୍ର ସାହୁ, ସହସଂପାଦକ ସେକ୍ ଗୋଲାମ୍, କର୍ମଚାରୀ ଦିବାକର ବେହେରା, ପୂର୍ବତନ ସଭାପତି ହୃଷିକେଶ ସାହୁ ଏବଂ ଚାଷୀ କମିଟିର ସଭ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ ।


