ସମବାୟ ସମିତି ଉପ ସଭାପତି ନିର୍ବାଚନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ୧୦ଗୋଟି ସମିତିରେ ସଭାପତି ନିର୍ବାଚନ ସରିଥିବା ବେଳେ ଏବେ ପର୍ଯ୍ୟାୟ କ୍ରମେ ଉପ ସଭାପତି ନିର୍ବାଚିତ ହେଉଛନ୍ତି । ଆଜି ନାରାୟଣପୁର ସମିତି ଠାରେ ଉପ ସଭାନେତ୍ରୀ ଭାବେ ଆରତୀ ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ନିର୍ବାଚନ ଅଧିକାରୀ ନାରାୟଣ ଦାସ ନିକଟରେ ଉପ ସଭାନେତ୍ରୀ ପାଇଁ ଜଣେମାତ୍ର ପ୍ରାର୍ଥୀ ଭାବେ ଶ୍ରୀମତୀ ସେନାପତି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ତାଙ୍କୁ ଉପ ସଭାନେତ୍ରୀ ଭାବେ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ଏଥିରେ ସମିତି ସମ୍ପାଦକ ସୁମନ୍ତ ସେନାପତି, ସଭାପତି ଜୟନ୍ତ ସାହୁ, ସୁଶାନ୍ତ ମଲ୍ଲିକ,ସୁଧାକର ନାୟକ, ଜୟନ୍ତୀ ସାମଲ, ଭଗବାନ ସାମଲ, ପଦ୍ମନାଭ ଖୁଣ୍ଟିଆ, ଦିଲ୍ଲୀପ ରାଉତ, ସୁଦର୍ଶନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ମାଳଦା ସମିତି ଠାରେ ଉପସଭାନେତ୍ରୀ ଭାବେ ସ୍ନେହଲତା ସାମଲ ନିର୍ବାଚିତ ହୋଇଛନ୍ତି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପାତ୍ର, ସରପଞ୍ଚ ପାରମାନନ୍ଦ ନାୟକ, ସମିତି ସଭାପତି ମୁକୁନ୍ଦ ମଲ୍ଲିକ, ପ୍ରତ୍ୟୁଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ