ସମବାୟ ସମିତି ନିର୍ବାଚନ ପାଇଁ ପ୍ରଚାର କଲେ ପ୍ରାର୍ଥୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ପଧାନପଡା ସମବାୟ ସମିତିରେ ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୧୧ନଂ.ଜୋନ୍ର ପ୍ରାର୍ଥୀ ହୃଷିକେଶ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ ୧୪ ଜୋନ୍ରେ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଶୁକ୍ରବାର ୧୪ ଜୋନ୍ର ବିଜେଡି ସମର୍ଥୀତ ପ୍ରାର୍ଥୀ ମାନେ ବୁଡଗଢିଆସ୍ଥିତ ବୁଢୀଜାଗୁଳାଇ ଓ ନିଳୋକସ୍ଥିତ ମା’ବଉଳାଶୁଣୀ ପୀଠରୁ ପୂଜାର୍ଚ୍ଚନା ସାରିି ନିର୍ବାଚନୀ ପ୍ରଚାରରେ ବାହାରିଥିଲେ । ପ୍ରଥମେ ପଳାସଗଢିଆ ଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇ ନିଳୋକ, ଘରପଦା, ପଡିଆପଡା, ଗୋହିରାପଦୀ ଓ ଦୋଳପଦୀ ଆଦି ଗ୍ରାମ ବୁଲି ଭୋଟର ମାନଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । ଏଥିରେ ୧ନଂ.ଜୋନ୍ର କୈଳାସ ବାରିକ, ୨ନଂ. ଜୋନ୍ର ଅଜୟ ଦାସ, ୩ନଂ.ଜୋନ୍ର ଲକ୍ଷ୍ମୀଧର ତରେଇ, ୪ନଂ.ଜୋନ୍ର ନକୁଳ ଖିଲାର, ୫ନଂ.ଜୋନ୍ର ନାରାୟଣ ଚନ୍ଦ୍ର ସ୍ୱାଇଁ, ୬ନଂ.ଜୋନ୍ର ଅପର୍ଣ୍ଣା ଯେନା, ୭ନଂ.ଜୋନ୍ର ସୁବାଷ ସାହୁ, ୮ନଂ.ଜୋନ୍ର ଜାନକୀ ଲେଙ୍କା, ୯ନଂ.ଜୋନ୍ର ମୀର୍ ଅବଦୁଲ ହାସିମ୍, ୧୦ନଂ.ଜୋନ୍ର ନାରାୟଣ ସେନାପତି, ୧୨ନଂ.ଜୋନ୍ର ଅଶୋକ ଘଡେଇ, ୧୩ନଂ.ଜୋନ୍ର ସଚ୍ଚିତାନନ୍ଦ ନାୟକ, ୧୪ନଂ.ଜୋନ୍ର ନାରାୟଣ ଦାଶ, ୧୫ନଂ.ଜୋନ୍ର ପ୍ରାର୍ଥୀ ଗୟାଧର ମାଝୀ ଉପସ୍ଥିତ ଥିଲେ । ଉକ୍ତ ପ୍ରଚାରରେ ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ହୃଷିକେଶ ସାହୁଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ ।


