ସମବାୟ ସମିତି ପରିଚାଳନା ପରିଷଦ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନାଆମୀ ସେବା ସମବାୟ ସମିତି ଠାରେ ପରିଚାଳନା ପରିଷଦ ବୈଠକ ଭାରପ୍ରାପ୍ତ ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତି ସଭାପତି ଦିପ୍ତୀସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ଯୋଗଦେଇ ପରିଚାଳନା ପରିଷଦ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ଉପ ସଭାନେତ୍ରୀ ମମତା ଦାସ, ସଭ୍ୟ ଅଜୟ କୁମାର ପାଣିଗ୍ରାହୀ, ମାନସ ପରିଡା, ବିନୋଦ ବିହାରୀ ରାଉତ, ଧୀରେନ୍ଦ୍ର ପ୍ରସାଦ ଜେନା, ବିଦ୍ୟାଧର ରାଉତ, ମଦନ ଜେନା ପ୍ରମୁଖ ଯୋଗଦେଇ କୃଷି ସହିତ ଏସଏଚଜି ଋଣ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପ୍ରକାଶ ଚନ୍ଦ୍ର ନାୟକ, ରାଜକିଶୋର ଜେନା, ବିଷ୍ଣୁପ୍ରସାଦ ଜେନା, ସଦାଶିବ ଦାସ, ଗୌରାଙ୍ଗ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାକୁ ଆଧାର କରି ୧୦ଜଣ ଏସଏଚଜି ସଦସ୍ୟାଙ୍କୁ ଋଣ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ