ସମବାୟ ସମିତି ସମ୍ମୁଖରେ ଚାଷୀ ଙ୍କ ଧାରଣା

ନିମାପଡା, (ସନ୍ତୋଷ ଦାଶ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଡ଼ଶିରୁବିଳା ଗ୍ରାମ ପଂଚାୟତ ଅଧିନସ୍ଥ ଗଡତୋରିହଁ ସେବାସମବାୟ ସମିତିର ଚାଷୀ ମାନେ ୩ ଦଫା ଦାବି ନେଇ ଶୀତ କାକରରେ ୫ ଦିନ ହେଲାଣି ସମିତି ସମ୍ମୁଖରେ ଧାରଣାରେ ବସିରହିଛନ୍ତି।ଏପର୍ଯ୍ୟନ୍ତ ଧାରଣା ସ୍ଥଳରେ କେହିବି ଅଧିକାରୀ ପହଞ୍ଚି ନାହାଁନ୍ତି।ଅପର ପକ୍ଷରେ ଧାନ ବିକ୍ରି କରିବା ନିମନ୍ତେ ହନ୍ତସନ୍ତ ହେଉଛନ୍ତି ଚାଷୀ।ସୂଚନା ଅନୁଯାୟୀ ଗଡତୋରିହଁ ସେବା ସମବାୟ ସମିତି ଅଧିନରେ ୨୫୦ରୁ ଉର୍ଦ୍ଧ୍ବ ଚାଷୀ ଥିବାବେଳେ ଚଳିତ ବର୍ଷ ମଣ୍ଡିରୁ ୧୯୨ଚାଷୀଙ୍କ ପଞ୍ଜିକରଣ ତାଲିକା ଆସିଛି।ପଞ୍ଜିକରଣ ତାଲିକା ଆସିବା ପରେ ମଧ୍ୟ ଖୋଲୁନି ମଣ୍ଡି ଯାହା ଦ୍ୱାରା ପଞ୍ଜିକୃତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି।ଚଞ୍ଚକତା କରି ଧାନମଣ୍ଡି ବନ୍ଦ କରିବା ଓ ସେବାସମବାୟ ସମିତିର ସମ୍ପାଦକଙ୍କ ବୟସ ସୀମା ୬୦ବର୍ଷ ଅତିକ୍ରମ କରିବା ପରେ ମଧ୍ୟ ଅଦ୍ୟାବଧି ଚାକିରୀରେ ରହିବା ଏବଂ ନୂତନ ସମ୍ପାଦକ ନିଯୁକ୍ତି କରିବା ଦାବି ନେଇ ଚାଷୀ ଓ ନବନିର୍ମାଣ କୃଷକ ସଂଗଠନ ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି।ଯଦି ମଣ୍ଡି ଖୋଲା ନ ଯାଏ ତେବେ ଯେଉଁ ଚାଷୀମାନେ ପଞ୍ଜିକୃତ ହୋଇଛନ୍ତି ସେମାନେ ଧାନ ବିକିବେ କୋଉଠି?ଅପରପକ୍ଷରେ ତାଲିକା ବିହୀନ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।ଆଗାମୀ ଦିନରେ ଦାବି ପୂରଣ ନହେଲେ ଚାଷୀ ମାନେ ରାଜରାସ୍ତା କୁ ଅବରୋଧ କରିବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କମିଟି ସଭ୍ୟ ଭରତ ଚନ୍ଦ୍ର ସ୍ବାଇଁ,ବ୍ଲକ କମିଟି ସହ ସଂଯୋଜକ ପ୍ରଶାନ୍ତ ଲେଙ୍କା,ଉପଦେଷ୍ଟା ଇଶ୍ଵର ପ୍ରଧାନ,ସୁବ୍ରତ ଜେନା,ଗଙ୍ଗାଧର ରାୟ ଓ ଦିଲିପ ପରିଡା ପ୍ରମୁଖ ସରକାର ଙ୍କୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ