ସମବାୟ ସମୀକ୍ଷା ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଠାରେ ପରିଚାଳକ ମାନସ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଭଦ୍ରକ ସମବାୟ ସମୂହ ସହକାରୀ ନିବନ୍ଧକ ବିକାଶ ଚନ୍ଦ୍ର ନାୟକ, ବ୍ୟାଙ୍କ ସଦସ୍ୟ ଗିରିଶ ଚନ୍ଦ୍ର ଦାସ, କ୍ଷେତ୍ର ଅଧିକାରୀ ଅଭିଳାଷ ରଣା, ଆଲୋକ ବହ୍ଲବ ସାହାଣୀ, ସହକାରୀ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷକରି କୃଷି ସମ୍ପର୍କିତ କାଳିଆ ଓ ବଳିଆ ଯୋଜନା ବାବଦରେ ଅଧିକାରୀମାନେ ଆଲୋଚନା କରିଥିଲେ । ଏହାସହିତ ଧାନକ୍ରୟ, ଅନଲାଇନ ଗ୍ରାହକ ସେବା ବ୍ୟବସ୍ଥା, ମହିଳା ଏସଏଚଜିଙ୍କୁ ଋଣ ଓ କୃଷିଋଣ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ସମବାୟ ସମିତି ସମ୍ପାଦକ ଜୟନ୍ତ ଭୋଇ, ରବିନ୍ଦ୍ର ମହାନ୍ତି, ସନ୍ତୋଷ ଦାସ, ମଦନ ମୋହନ ଦାସ, ପୀନାକ୍ଷୀ ରଞ୍ଜନ ଦାସ, ସୌମ୍ୟରଞ୍ଜନ ପଣ୍ଡା, ସୁମନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ ସଦସ୍ୟ ରମେଶ ଭାରତୀ ଆଭିମୁଖ୍ୟ ପ୍ରଦାନ କରିଥିବାବେଳେ ବରିଷ୍ଠ ସମ୍ପାଦକ ରାଜେନ୍ଦ୍ର କୁମାର ଖଣ୍ଡାଇ ଧନ୍ୟବାଦ ଦେଇଥିଲେ ।