ସମବାୟ ସମ୍ପାଦକଙ୍କୁ ନିଲମ୍ବନ ପାଇଁ ଅନୁରୋଧ ପତ୍ର 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ ଏସ. ଗାନ୍ଧୀ ଦୋରାଙ୍କୁ ଚାକିରୀରୁ ତତ୍କାଳ ନିଲମ୍ବନ କରିବା ପାଇଁ ବ୍ରହ୍ମପୁର ସମବାୟ ସମିତି ଉପ ନିବନ୍ଧକ କୁଶପଡା ପ୍ରାଥମିକ ସମବାୟ ସମିତି ସଭାପତିଙ୍କ ନିକଟକୁ ଚିଠି ନଂ. ୩୪୭୨ ତା- ୨୦୨୩ ସେପ୍ଟେମ୍ବର ୩୦ ତାରିଖରେ ଏକ ପତ୍ର ପଠାଇଥିବା ଜଣାପଡିଛି।ପ୍ରାୟ ୬ ମାସ ପୂର୍ବେ କୁଶପଡା ପଞ୍ଚାୟତ ସମ୍ମିଳନୀ କକ୍ଷରେ ସମିତିସଭ୍ଯାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ସମ୍ପାଦକ ଏସ. ଗାନ୍ଧୀ ଦୋରା ବସି ଥିବା ନେଇ ଏକ ଫଟୋ ହସ୍ତଗତ ହୋଇଥିବା ଏବଂ ଏହାଦ୍ବାରା ତାଙ୍କର ସ୍ତ୍ରୀ ସମିତି ସଭ୍ୟା ଥିବାରୁ ତାଙ୍କ ର ପ୍ରତ୍ୟକ୍ଷ ରାଜନୀତି ସହ ସମ୍ପର୍କ ଥିବା ଜଣା ପଡୁଥିବା ସମବାୟ ଉପ ନିବନ୍ଧକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।ତେବେ ଏ ସମ୍ପର୍କିତ କୌଣସି ଚିଠି ତାଙ୍କ ନିକଟରେ ପହଞ୍ଚିନଥିବା କୁଶପଡ଼ା ପ୍ରାଥମିକ ସେବା ସମବାୟ ସମିତି ସଭାପତି ଡି. ସିମାଞ୍ଚଳ ଦୋରା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ