ସମରା ଦେହୂରୀ ହତ୍ୟାକାଣ୍ଡର ଆସାମୀ ଛୋଟରାୟଙ୍କୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମର ଜମିବାଡ଼ି ସମସ୍ୟା ନେଇ ସମରା ଦେହୁରୀଙ୍କୁ ସେହି ଗ୍ରାମର ଛୋଟରାୟ ଦେହୂରୀ ତୀର ମାଡ଼ରେ ଆକ୍ରମଣ କରିଥିଲା । ତୀର ପଶି ପିଠି ପଟେ ବାହାରିଥିଲା ଯାଇଥିଲା । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯିବା ସମୟରେ ସମରାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଛୋଟରାୟ ତୀର ମାରି ଭୟରେ ଇଲାକା ଛାଡି ଫେରାର ହୋଇଯାଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି କୌଣସି ସୂତ୍ରରୁ ପୋଲିସ ଜାଣିବାକୁ ପାଇଲା ଯେ ଗାଁ ପାଖ ଜଙ୍ଗଲ ଭିତରେ ଛୋଟରାୟ ଲୁଚିଛି । ପୋଲିସ୍ ସଦଳବଳେ ପହଞ୍ଚି ଛୋଟରାୟକୁ କାବୁ କରିଛି । ଆସନ୍ତା କାଲି ଛୋଟରାୟକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ