ସମର୍ଥ ଓ ସାଇଟ୍ ସେଭର୍ସ ଇଣ୍ଡିଆର ବନ୍ଧୁତ୍ୱପୂର୍ଣ୍ଣ ଭାଗୀଦାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଏକମାତ୍ର ସୁଦୃଢ ଭିନ୍ନକ୍ଷମ ସଂସ୍ଥା ସମର୍ଥ ଓ ସାଇଟ୍ ସେଭର୍ସ ଇଣ୍ଡିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାଗିଦାରୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ସମର୍ଥ ଦୀର୍ଘ ୧୮ ବର୍ଷ ଧରି ଗଜପତି ଜିଲ୍ଲାର ଭିନ୍ନକ୍ଷମ ମାନଙ୍କର ସଶକ୍ତିକରଣ ଏବଂ ସାମାଜିକ ଓ ଅର୍ତନୈତିକ ପୂନଃଥଇଥାନ ପାଇଁ କାର୍ଯ୍ୟକରିଆସୁଅଛି । ସରକାରଙ୍କ ବିଭନ୍ନ ଉନ୍ନୟନମୁଳକ ଯୋଜନା ତଥା ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ଗ୍ରାମ ସ୍ତରରୁ ରାଜ୍ୟସ୍ତରୀୟ ସଂସ୍ଥା ମାଧ୍ୟମରେ ସଦାସର୍ବଦା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି । ସିସିଡି ସଂସ୍ଥା ଓ ସାଇଟ୍ ସେଭର୍ସ ଇଣ୍ଡିଆ ଦୀର୍ଘ ଏକ ଦଶନ୍ଧି ଧରି ସମର୍ଥ ଭିନ୍ନକ୍ଷମ ସଂସ୍ଥା କୁ ପ୍ରେତ୍ସାହନ ଓ ସୁଦୃଢ କରିବା ଏବଂ ସମର୍ଥ ଆତ୍ମନିର୍ଭରଶୀଳ ଭାବେ ନିଜର ପରିଚୟ ପ୍ରଦାନ କରିବାପାଇଁ ପ୍ରତେଷ୍ଠା ଜାରୀ ରଖିଛି । ବର୍ତ୍ତମାନ ସମର୍ଥ ୩୦୧୫ ଭିନ୍ନକ୍ଷମ ମାନଙ୍କ ପାଖରେ ପହଞ୍ଚିପାରିଛି ଏବଂ ସେମାନଙ୍କ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କୁ ସରକାରଙ୍କ ବିଭିନ୍ନ ସଂସ୍ଥା ମାଧ୍ୟମରେ ଅର୍ଥନୈତିକ ସହାୟତା ଭିନ୍ନକ୍ଷମ ମାନଙ୍କ ପାଖରେ ପହଞ୍ଚେଇପାରିଛି । ଶିକ୍ଷା, ସ୍ୱସ୍ଥ୍ୟ, ଗମନାଗମନ ଏବଂ ବାଧାମୁକ୍ତ ପରିବେଶ ପାଇଁ ସରକାରଙ୍କ ପାଖରେ ଓକାଲତି ମାଧ୍ୟମରେ କାର୍ଯ୍ୟହାସଲ ପାଇଁ ଚେଷ୍ଟା ଜାରୀ ରଖିଛି । ଦେଶର ବିଭିନ୍ନ ଭିନ୍ନକ୍ଷମ ସଂସ୍ଥା ଗୁଡିକ ର ମୁଲ୍ୟ ନିର୍ଦ୍ଧାରଣ କରି ସାଇଟ୍ ସେଭର୍ସ ଇଣ୍ଡିଆ ସମର୍ଥ କୁ ଏକ ଅଗ୍ରଣୀ ଭିନ୍ନକ୍ଷମ ସଂସ୍ଥା ଭାବେ ସ୍ୱୀକୃତୀ ପ୍ରଦାନ କରିଅଛି ଏବଂ ସମର୍ଥ ର ଏହି ପ୍ରଚେଷ୍ଟା ଓ ସ୍ୱପ୍ନକୁ ସାକାର କରିବା ଏବଂ ସୁଦୃଢ କରିବାପାଇଁ ସାଇଟ୍ ସେଭର୍ସ ଇଣ୍ଡିଆ ନିଜର ବନ୍ଧୁତ୍ୱପୂର୍ଣ୍ଣ ସହାୟତା ର ହାତ ବଢେଇଛି । ଗଜପତି ଜିଲ୍ଲାର ସମସ୍ତ ଭିନ୍ନକ୍ଷମଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆତ୍ମନିର୍ଭଳଶୀଳ କରିବା ଏବଂ ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଭିନ୍ନକ୍ଷମ ସଂଗଠନକୁ ସୁଦୃଢ କରିବା ପାଇଁ ସାଇଟ୍ ସେଭର୍ସ ଇଣ୍ଡିଆ ଏବଂ ସମର୍ଥ ଆଗାମୀ ଦନରେ ମିଳିମିଶି କାର୍ଯ୍ୟକରିବା ପାଇଁ ଚୁକ୍ତିନାମା ସ୍ୱକ୍ଷର ହୋଇଛି । ସାଇଟ୍ ସେଭର୍ସ ଇଣ୍ଡିଆ ଦ୍ୱାରା ସହାୟତା ରାଶିକୁ ଗଜପତି ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ମାନଙ୍କ ସଶକ୍ତିକରଣ ତଥା ତାଲିମ, ଭିନ୍ନକ୍ଷମ ଅଧିନିୟମ ଆଇନ କୁ କାର୍ଯ୍ୟକାରୀ କରି ଗ୍ରାମସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଭିନ୍ନକ୍ଷମ ସଂଗଠନ ଗୁଡିକୁ ସୁଦୃଢ କରିବା ପାଇଁ କାର୍ଯ୍ୟକରିବ । ସାଇଟ୍ ସେଭର୍ସ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଏବଂ ସମର୍ଥ ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷର ହେଇଛି । ଅନ୍ୟମାନଙ୍କ ମଧ୍ୟରେ ସାଇଟ୍ ସେଭର୍ସ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶିବ ପ୍ରସାଦ ବେହେରା, ସମର୍ଥ ର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରା ଏବଂ ସିସିଡି ସଂସ୍ଥାର ତପନ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ଚୁକ୍ତିନାମା ଟି ଭୁବନେଶ୍ୱର ସ୍ଥିତ ହୋଟେଲ୍ ନ୍ୟୁ ମେରିୟନ୍ ଠାରେ ସାଇଟ୍ ସେଭର୍ସ ଇଣ୍ଡିଆର ଅନ୍ୟାନ୍ୟ ଭାଗୀଦାରୀ ସଂସ୍ଥା ତଥା ଉତ୍ତରପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଓଡିଶାର ରୁ ଆସିଥିବା ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସାଇଟ୍ ସେଭର୍ସ ଇଣ୍ଡିଆ ର ଜାତୀୟ ବରିଷ୍ଠ କର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ଆକବର ମେହଫୁଜ ଆଲମ ଙ୍କ ପ୍ରଚେଷ୍ଚା ଏବଂ ପ୍ରୋତ୍ସାହନରେ ଆଜି ସମର୍ଥ ଗଜପତି ଜିଲ୍ଲାରେ ଏକ ଅଗ୍ରଣୀ ଭିନ୍ନକ୍ଷମ ସଂଗଠନ ଭାବେ ନିଜର ପରଚୟ ସୃଷ୍ଟି କରିପାରିଛି ଏବଂ ଦେଶର ପ୍ରଥମ ଭିନ୍ନକ୍ଷମ ସଂସ୍ଥା ଭାବେ ସାଇଟ୍ ସେଭର୍ସ ଇଣ୍ଡିଆ ସହ ବନ୍ଧୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇପାରିଛି । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ନିର୍ଦ୍ଦେଶକ ସୁଦିପ୍ତ ମହାନ୍ତି, ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ସୁମିତ ସୁମନ କର, ରାଜ୍ୟ ପରାମର୍ଶଦାତା ଲୋକପ୍ରୀୟା କାନୁନଗୋ ଏବଂ ସାଇଟ୍ ସେଭର୍ସ ର ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଏହି ଚୁକ୍ତିନାମା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମର୍ଥ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୁରଣକରିବା ଏବଂ ଏକ ସଶକ୍ତ ଭିନ୍ନକ୍ଷମ ସଂସ୍ଥା ଭାବେ ଗଜପତି ଜିଲ୍ଲା ତଥା ଦେଶ ଓ ବିଦେଶରେ ନିଜର ପରିଚୟ ସୁଷ୍ଟି କରିବା ପାଇଁ ପ୍ରୋତ୍ସାହନ କରିଥିଲେ । ” କାହାକୁ ପଛରେ ଛାଡିବା ନାହିଁ ଏବଂ ଆମ ବିନା ଆମ ପାଇଁ କିଛି ନାହିଁ “

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ