ସମର୍ପଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଇଁ ଏନ୍‌.ସି.ସି.ଆଲୁମନି ଆସୋସିଏସନକୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସମର୍ପଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସ୍ୱେଚ୍ଛାକୃତ ରକ୍ତଦାତା ମହାସମାବେଶ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାତା ମହାସମାବେଶରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଓ ଯୁବସେବା ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟବକ୍ତା ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ରକ୍ତଦାତା ମହାସମାବେଶର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ଓଡିଶାର ୩୦ଟି ଜିଲ୍ଲାରୁ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ବଳିଷ୍ଠ ଅବଦାନ ଥିବା ସଂଗଠନ ଗୁଡିଙ୍କୁ ସମ୍ମାନୀତ କରାଯାଇଥିଲା । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ଏଥିରେ ରକ୍ତଦାନ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ ହୋଇଥିଲା । ରକ୍ତଦାନ ମହତ ଦାନ ବୋଲି ଏକ ସଚେତନତାର ବାର୍ତ୍ତା ବହନ କରୁଥିବା ଶୋଭାଯାତ୍ରା ପୁରୀ ସିଂହଦ୍ୱାର ଠାରୁ ବାହାରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯେ ଜଣେ ରକ୍ତଦାତା ହେଉଛନ୍ତି ଜଣେ ସୈନିକ ସଦୃଶ । ଫଳରେ ସମସ୍ତଙ୍କ ମନରେ ରକ୍ତଦାନ ପାଇଁ ଏକ ଉନ୍ମାଦନା ଖେଳି ଯାଇଥିଲା । ଏହି ରକ୍ତଦାତା ମହାସାମାବେଶରେ କେନ୍ଦ୍ରାପଡାର ମାଇଁ ଏନସିସି ଆଲିମିନି ଆସୋସିଏସନ ପକ୍ଷରୁ ଶ୍ରୀକାନ୍ତ ପୋଥାଳ, ଦେବୀପ୍ରସନ୍ନ ଜେନା, ଚିନ୍ମୟ କୁମାର ବିଶ୍ୱାଳ, ଅନୁପ କୁମାର ରାଉତ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ପୁରସ୍କାର ଗ୍ରହଣ କରିଥିବା ବେଳେ ପୁରସ୍କାର ପାଇଁ ସମସ୍ତ ରକ୍ତଦାତାଙ୍କୁ ମାଇଁ ଏନସିସି ଆଲୁମିନି ଆସୋସିଏସନର ସଦସ୍ୟମାନେ ଏହାର ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ