ସମଲ ବ୍ୟାରେଜରେ ଗାଧୋଉଥିବାବେଳେ ପାଣିରେ ବୁଡି , ୨ ଯୁବକ ମୃତ

ଅନୁଗୋଳ , ବ୍ରାହ୍ମଣୀ ନଦୀ ଉପରେ ଥିବା ବ୍ୟାରେଜ ତଳ ନଦୀ ରେ ଗାଧୋଇବା ବେଳେ ୨ ଜଣ ଯୁବକ ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ୩ ଜଣ ସାଙ୍ଗ ମିଶି ସମଲ ବ୍ୟାରେଜ ତଳ ନଦୀକୁ ଗାଧେଇବାକୁୂ ଯାଇଥିଲେ କିନ୍ତୁ କୈାଣସି ଅସାବଧାନତା କାରଣରୁ ୨ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ । ଏହା ପରେ ଅନ୍ୟ ଜଣେ ସାଙ୍ଗ ପାଖରେ ଥିବା ଲୋକଙ୍କୁ ଡାକିଥିଲା ।ଏହା ପରେ ଘଟଣା ସ୍ଥ୍ଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନଦୀରୁ ୨ ଜଣଙ୍କ ମୃତଦେହ ଜଳରୁ ଉଦ୍ଧାର କରିଥିଲେ । ମୃତକ ଯୁବକ ସମଲ ଥାନା ଅଂଚଳର କାହ୍ନୁ ଚରଣ ମହାରଣା , ଓ ବିଶ୍ୱରଞ୍ଚନ ନାଏକ ବୋଲି ଜଣାପଡିଛି । ଏହି ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ