‘ସମସ୍ତଙ୍କୁ ଅନଲାଇନ ପାଠ ପଢାଅ’
ଭୁବନେଶ୍ୱର: ଫି’ ଦେଇଥାନ୍ତୁ ଅବା ନଦେଇଥାନ୍ତୁ ସମସ୍ତଙ୍କୁ ଅନଲାଇନ ପାଠ ପଢାଅ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସବୁ ପିଲାଙ୍କୁ ଅନଲାଇନ ଆଇଡି ଓ ପାସୱାର୍ଡ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଯୋଗୁଁ ବେସରକାରୀ ସ୍କୁଲରେ ଫି ଛାଡ଼ ନେଇ ଆଗତ ଜନସ୍ୱାର୍ଥ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ, କେନ୍ଦ୍ର, ସିବିଏସଇ ଓ ଆଇସିଏସଇକୁ ନୋଟିସ ଜାରି କରିବା ସହ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ଜରିଛନ୍ତି । ପ୍ରକାଶ ଯେ, ୪ ମାସର ସ୍କୁଲ ଫି’ ଛାଡ଼ ପାଇଁ ହାଇକୋର୍ଟରେ ପିଟିସନ ହୋଇଛି । ପୂରା ଶିକ୍ଷାବର୍ଷ ପାଇଁ ଟ୍ୟୁସନ ଫି’ ଛାଡ଼ ଲାଗି ଆବେଦନ କରାଯାଇଛି । ଆନୁଷଙ୍ଗିକ ଫି’ ଉଚ୍ଛେଦ ପାଇଁ ମଧ୍ୟ ଆବେଦନ ହୋଇଛି । ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏହି ପିଟିସନ ଦାୟର କରିଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି ।


