ସମସ୍ତଙ୍କ ମଙ୍ଗଳ କାମନା କଲେ ଆପଣା ଛାଏଁ ନିଜର ମଙ୍ଗଳ ହୋଇଥାଏ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମଣିଷ ନିଜ ପାଇଁ ଅନେକ କିଛି କାମ କରେ । ନିଜ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଅନ୍ୟ ପାଇଁ କାମ କରୁଥିବା, ଅନ୍ୟର ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ଲୋକଙ୍କ ସଂଖ୍ୟା ଆଜିର ଦୁନିଆରେ ବହୁତ କମ୍ । ହେଲେ ଅନ୍ୟର ମଙ୍ଗଳ ପାଇଁ ଓ ସଂସାରର ମଙ୍ଗଳ ପାଇଁ ପ୍ରାର୍ଥନା କଲେ ଆପଣାଛାଏଁ ନିଜର ମଙ୍ଗଳ ହୋଇଥାଏ ବୋଲି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀମା’ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି । ଦିଲ୍ଲୀର ଖୋଜଖାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମା’ ଜଗନ୍ନାଥ ସଂସ୍କୃତି ଓ ସନାତନ ସଂସ୍କୃତିର ବିଶେଷତା ଓ ବିଶାଳତା ଉପରେ ଅର୍ଶୀବଚନ ପ୍ରଦାନ କରିଥିଲେ । ବିଶ୍ୱଶାନ୍ତି ଉଦେଶ୍ୟରେ ଗତ ୫ବର୍ଷ ଧରି ଓଡିଶାର ବିଭିନ୍ନ ସ୍ଥାନରେ ଶ୍ରୀମା’ଙ୍କ ଆହ୍ୱାନରେ ଜାନୁ।।ରୀ୧ତାରିଖ ଦିନ ପାଳିତ ହୋଇ ଆସୁଥିବା ପ୍ରାର୍ଥନା ଦିବସ ଉପରେ ଶ୍ରୀମା ଏହି ଅବସରରେ ସୂଚନା ଦେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଜାନୁଆରୀ ୧ତାରିଖ ଦିନ ସକାଳ ୬ଟାରୁ ୭ଟା ଯାଏ ଘଣ୍ଟାଟିଏ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ସେ ନିବେଦନ କରିିଥିଲେ । ପ୍ରାର୍ଥନାର ଶକ୍ତି ଢେର ଅଧିକ । ସମସ୍ତେ ଏକ ସ୍ୱରରେ ନିଜ ନିଜର ଈଷ୍ଟ ବା ଆରାଧ୍ୟଙ୍କୁ ପ୍ରାର୍ଥନା କଲେ ଏହାର ନିଶ୍ଚିନ୍ତ ଭାବେ ବଡ ପ୍ରଭାବ ପଡିବ ବୋଲି ସେ କହିଥିଲେ । ପ୍ରାର୍ଥନା ଦିବସ ପରିଚାଳନା ସମିତି ସମ୍ପାଦକ ସଚ୍ଚିକାନ୍ତ ନାଥ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବରିଷ୍ଠ ସଭ୍ୟ ପ୍ରଭାତ କୁମାର ପରିଡା ଶିବାନନ୍ଦ ଆଶ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଶ୍ରୀମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପରିଚାଳନା ସମିତି ସଭ୍ୟମାନଙ୍କୁ ଶ୍ରୀମା’ ଆଶୀର୍ବାଦ ପ୍ରଦାନ କରିଥିଲେ । ମନ୍ଦିର ପରିଚାଉଳନା ସମିତିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସମର୍ପଣ ବକ୍ତବ୍ୟ ପ୍ରଦାନ କରିଥିଲେ ବରିଷ୍ଠ ସଭ୍ୟ ନିର୍ମଳ ଚନ୍ଦ୍ର ଧଳ । ବ୍ରହ୍ମଚାରୀ ନୃସିଂହନାଥ ଓ ପୁନମ ନାୟକ ଭଜନ ପରିବେଷଣ କରିଥିଲେ । ମନ୍ଦିରର ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ