ସମସ୍ତେ ମିଶି ଓଡିଶା ଓ ନିମାପଡାର ପୁନଃନିର୍ମାଣ କରିବା-ଧର୍ମେନ୍ଦ୍ର ପ୍ରଧାନ

ନିମାପଡା : ପ୍ରଳୟଙ୍କରୀ ବାତ୍ୟା ଫୋନି ପ୍ରଳୟ କରିଛି । ଏହି ପରି ସମୟରେ ସମସ୍ତ ମିଶି ଓଡିଶାର ପୁନଃନିର୍ମାଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିମାପଡା, ଗୋପର ବାତ୍ୟା ବିଧ୍ୱସ୍ତ ଅଂଚଳ ବୁଲିବା ସହ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଧାନ ଘରଘର ବୁଲି ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ ।
ବାତ୍ୟା ଫୋନିର ତାଣ୍ଡବଲୀଳାକୁ ମୁକାବିଲା କରିବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ନେଇଥିବା କଥା କହିଛନ୍ତି । କେନ୍ଦ ସରକାର ପୂର୍ବରୁ ୩୪୧ କୋଟି ଏବେ ୧୦୦୦ କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ଯୁଦ୍ଧକାଳୀନ ଭିତିରେ ପୁନଃନିର୍ମାଣ କାମ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ