ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନୀଙ୍କ ସ୍ବତନ୍ତ୍ର ସ୍କ୍ରିନିଂ କରାଯିବ : ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମେଡିକାଲ ଅଧିକାରୀ (ଏମ୍.ଓ) ମାନଙ୍କ ସହିତ ସ୍ବାସ୍ଥ୍ୟଜନୀତ ବିସ୍ତୃତ ଆଲୋଚନା କରିଥିଲେ । ଏହି ଘଡିସନ୍ଧିମୁହୂର୍ତ୍ତରେ ଜିଲ୍ଲାବାସୀଙ୍କୁ ଉତ୍ତମ ଚିକିତ୍ସା ଓ ଚିକିତ୍ସା ଜନିତ ସୁବିଧା ଗୁଡିକ ଠିକ୍ ସମୟରେ .ଯୋଗାଇ ଦେବାର ଆବଶ୍ୟକତା ପଡୁଚି । ରୋଗୀମାନେ ଡାକ୍ତର ମାନଙ୍କ ଉପରେ ଅନେକ ଆଶା ଭରସା କରି ଆସୁଛନ୍ତି । ଡାକ୍ତରଗଣ ମାନବିକତାର ସହ ଚିକିତ୍ସା ଯୋଗାଇ ଦେଲେ ରୋଗୀ ମାନଙ୍କର ମନୋବଳ ସୂଦୃଢ ହୋଇପାରିବ, ତଦ୍ବାରା ସେମାନେ କରୋନା ସଂକ୍ରମଣକୁ ରୋକିବାରେ ସାହାସ ଜୁଟାଇ ପାରିବେ ଓ କରୋନା ସହ ଲଢେଇ କରି ବିଜୟ ହାସଲ କରିପାରିବେ । ଏହାଦ୍ବାରା ଡାକ୍ତରମାନେ ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇପାରିବେ । ଯେଉଁ ରୋଗୀମାନେ ଆସୁଛନ୍ତି ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପ୍ରବର୍ତ୍ତାଇବା ସହ ନିଜ ସ୍ତରରେ ଆଇସୋଲେସନ୍ ରେ ରଖି ଚିକିତ୍ସା କରନ୍ତୁ । ସେମାନଙ୍କ ପ୍ରତି ଆଦୌଁ ଅବହେଳା ନ କରିବାକୁ ସମସ୍ତ ମେଡିକାଲ୍ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ରୋଗୀଙ୍କ ଛୋଟଛୋଟ ସମସ୍ୟା ଥିଲେ ସେହିଠାରେ ହିଁ ସେମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରନ୍ତୁ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ଯଦି ଅନ୍ୟ କୌଣସି ସ୍ଥାନକୁ ଚିକିତ୍ସା ସକାଶେ ପ୍ରେରଣ କରୁଛନ୍ତି ତେବେ ପ୍ରେରଣ କରୁଥିବା ସ୍ଥାନର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ରେଫର କରୁଥିବା ରୋଗୀଙ୍କ ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ, ତେବେ ସେମାନେ ପୂର୍ବ ପ୍ରସ୍ତୁତ ରହି ସଂପୃକ୍ତ ରୋଗୀର ଉତ୍ତମ ଚିକିତ୍ସା ଯୋଗାଇ ପାରିବେ ଓ ରୋଗୀଙ୍କର ବହୁ ମୂଲ୍ୟବାନ ଜୀବନ ବଞ୍ଚି ପାରିବ । ଗୋଟିଏ ବ୍ଲକ୍ ରେ ଅକ୍ସିଜେନ୍ ରହିତ ଦୁଇଗୋଟି ଆମ୍ବୁଲାନ୍ସ୍ ରହିବା ଜରୁରୀ । ଆଞ୍ଚଳିକ ପରିବହନ ଅଧିକାରୀ ଏଥି ନିମନ୍ତେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ବର୍ତ୍ତମାନ ୧୧୮ ଗୋଟି ଆମ୍ବୁଲାନ୍ସ ରହିଛି ତେଣୁ ରୋଗୀଙ୍କୁ ସ୍ଥାନାନ୍ତର କରିବା ଦିଗରେ କୋଣସି ପ୍ରତିବନ୍ଧକ ଦେଖାଯିବ ନାହିଁ । ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ଠାରେ ମହଯୁଦ କରି ରଖାଯାଇଥିବା ଔଷଧ ଗୁଡିକୁ ଯାଂଚ୍ କରିବାକୁ ଜିଲ୍ଲାପାଳ ପରାମର୍ଶ ଦୋଇଥିଲେ । କୋଭିଡ୍ ପରିଚାଳନା ଦିଗରେ ଡାକ୍ତରଗଣ ହିଁ ମୁଖ୍ୟ ଭୂମିକା ନିର୍ବାହ କରନ୍ତୁ । ରେଡ୍ ଜୋନ୍ ରୁ ଗ୍ରୀନ୍ ଜୋନ୍ କରିବା ଦିଗରେ ଡାକ୍ତରଗଣଙ୍କ ଭୂମିକା ହିଁ ମୁଖ୍ୟ । ବର୍ତ୍ତମାନ ଜିଲ୍ଲାରେ ଜନ ସାଧାରଣଙ୍କ ନିମନ୍ତେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାରେ ଦୋକାନୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଜରାତି ଦୋକାନ, ପନିପରିବା ଦୋକାନ, ଆମିଷ ଦୋକାନ ଗୁଡିକ ଖୋଲା ଯାଉଛି ଏବଂ ସେମାନଙ୍କୁ ସତର୍କତା ଅବଲମ୍ବନ କରିବା ସକାଶେ କୋଭିଡ୍ ନିୟମ ବିଷୟରେ ଅବଗତ କରାଇ ଦିଆଯାଇଛି । ଦୋକାନୀଗଣ ଅଧିକାଂଶ ଆକ୍ରାନ୍ତ ହେବାର ନଜର ଆସୁଛି । ବର୍ତ୍ତମାନ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଦୋକାନୀ ମାନଙ୍କର ସ୍କ୍ରିନିଂ କରାଯିବା ଦିଗରେ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଭିଡିଓ କନଫରେନ୍ସିଂ ରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟଓ୍ବାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ ପ୍ରମୁଖ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଆଞ୍ଚଲିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ