ସମସ୍ତ ଅନ୍ତର୍ଜାତୀୟ ବିମାନ ବାତିଲ କଲା ବାଂଲାଦେଶ
ଢାକା : କରୋନା ଭାଇରସ୍ ଆତଙ୍କ କାରଣରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ଆସନ୍ତା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ଅର୍ନ୍ତଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ବାଂଲାଦେଶ ବିମାନ ଚଳାଚଳ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ସୋହେଲ କମ୍ରୁଜ୍ଜାମାନ୍ ଏହି ସୂଚନା ଦେଇଛନ୍ତି । ଯାତ୍ରୀବାହୀ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ କାର୍ଗୋ ବିମାନ ଗୁଡିକ ପୂର୍ବପରି ଯାତାୟାତ କରିବ । ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶରେ ବର୍ତ୍ତମାନ ସୁଦ୍ଧା ୮ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି ।


